Categories: ଜାତୀୟ

ସୁରକ୍ଷାରେ ତ୍ରୁଟି ପରେ ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧୀ

ଚଣ୍ଡିଗଡ,୧୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ଏହି ସମୟରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ତ୍ରୁଟି ଦେଖିବାକୁ ମିଳିଥିଲା। ଯାହାକୁ ନେଇ ରାହୁଲ ଗାନ୍ଧୀ ଏବେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କେଉଁ ସୁରକ୍ଷାରେ ତ୍ରୁଟି? ସେ ଉତ୍ସାହିତ ହୋଇ ମୋତେ ଆଲିଙ୍ଗନ କରିବାକୁ ଆସିଥିଲେ। ଏହାକୁ ସୁରକ୍ଷା ତ୍ରୁଟି ବୋଲି କହିପାରିବେ ନାହିଁ। ଯାତ୍ରା ସମୟରେ ଏଭଳି ଘଟିଥାଏ।
ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ଏହି ସମୟରେ ହାଶିଆରପୁରର ଦଶୁହାରେ ଜଣେ ବ୍ୟକ୍ତି ସୁରକ୍ଷା କର୍ଡନ ଭାଙ୍ଗି ରାହୁଲ ଗାନ୍ଧୀଙ୍କ ନିକଟରେ ପହଞ୍ଚି ରାହୁଲ ଗାନ୍ଧୀଙ୍କୁ ଆଲିଙ୍ଗନ କରିଥିଲେ। କଡ଼ା ସୁରକ୍ଷା ମଧ୍ୟରେ ରାହୁଲ ଗାନ୍ଧୀଙ୍କ ନିକଟକୁ ସେ ବ୍ୟକ୍ତି ଜଣଙ୍କ କିପରି ଆସିଲେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

Share