Categories: ଜାତୀୟ

ଜେଜେମା’, ପିତାଙ୍କ ହତ୍ୟାକୁ ନେଇ ମୁଁ ଗର୍ବ କରେ: ରାହୁଲ

ନୂଆଦିଲ୍ଲୀ,୧୩ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ତାଙ୍କ ଜେଜେମା’ ଓ ପିତାଙ୍କ ହତ୍ୟାକୁ ନେଇ ଗର୍ବ କରନ୍ତି । କାରଣ ତାଙ୍କ ଜେଜେମା’ ଓ ପିତା କୌଣସି ଜିନିଷକୁ ରକ୍ଷା କରିବାକୁ ଠିଆ ହୋଇଥିବା ବେଳେ ହତ୍ୟାର ଶିକାର ହୋଇଛନ୍ତି । ଆହୁରି ମଧ୍ୟ ଟ୍ରୋଲ ହେବା ଦ୍ୱାରା ସେ ନିଜକୁ ସୁଧାରି ପାରିଛନ୍ତି ବୋଲି କହିଛନ୍ତି । ଶୁକ୍ରବାର ସିକାଗୋ ବିଶ୍ୱିଦ୍ୟାଳୟର ପ୍ରଫେସର ଦିପେଶ ଚକ୍ରବର୍ତ୍ତିଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କଥା ହେଉଥିବା ସମୟରେ ସେ ଏହା କହିଛନ୍ତି । ବଂଶବାଦକୁ ନେଇ ରାହୁଲ କହିଛନ୍ତି ଗତ ୩୦-୩୫ ବର୍ଷ ମଧ୍ୟରେ ଆମ ପରିବାରରୁ କେହି ପ୍ରଧାନମନ୍ତ୍ରୀ ହୋଇନାହାନ୍ତି । ତେବେ ନିଜର ରାଜନୀତି କ୍ୟାରିୟରକୁ ନେଇ ରାହୁଲ କହିଛନ୍ତି ମୁଁ ଏଥିରେ ବହୁ ଆଗକୁ ଯାଇ ସାରିଛି । ଯଦି ଏହି ପ୍ରଶ୍ନ ମୋତେ ୧୫-୨୦ ବର୍ଷ ପୂର୍ବରୁ ପଚରା ଯାଇଥାଆନ୍ତା ତେବେ ଏହାର ଉତ୍ତର ହୁଏତ ଆଉ କିଛି ହୋଇ ଥାଆନ୍ତା । ସୋସିଆଲ ମିଡିଆରେ ଅନେକ ଥର ରାହୁଲ ଟ୍ରୋଲ ହେଉଥିବା ଦେଖାଯାଉଥିବା ବେଳେ ଏହାକୁ ନେଇ ସେ କହିଛନ୍ତି ଟ୍ରୋଲ ହେବା ଦ୍ୱାରା ମୁଁ ଶିଖିଯାଇଛି ମୋତେ କ’ଣ କରିବାକୁ ଅଛି ।

Share