Categories: ଜାତୀୟ

ଛାତ୍ରୀଙ୍କ ସ୍କୁଟି ପଛପଟେ ବସି ବୁଲିଲେ ରାହୁଲ ଗାନ୍ଧୀ: ଭିଡିଓ ଭାଇରାଲ

ଜୟପୁର,୨୪।୯: ଜୟପୁର ଗସ୍ତରେ ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଛାତ୍ରୀଙ୍କ ସ୍କୁଟି ପଛପଟେ ବସି ବୁଲିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୧୩ ସେକେଣ୍ଡର ଭିଡିଓ କ୍ଲିପ୍‌ରେ ରାହୁଲ ଛାତ୍ରୀ ସ୍କୁଟି ପଛରେ ବସି କିଛି ସମୟ ଯାତ୍ରା କରୁଥିବା ଦେଖାଯାଇଛି। ରାହୁଲ ମହାରାଣୀ କଲେଜର ମେଧାବୀ ଛାତ୍ରୀମାନଙ୍କୁ ଦୁଇ ଚକିଆ ଯାନ ବଣ୍ଟନ କରିଥିଲେ। ସ୍କୁଟିରେ ଯାତ୍ରା ପୂର୍ବରୁ ରାହୁଲ ଗାନ୍ଧୀ ମଧ୍ୟ ମହାରାଣୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ।
କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରି ରାହୁଲ ଲୋକ ସଭା ତଥା ରାଜ୍ୟ ସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷଣର ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି।

Share