Categories: ଜାତୀୟ

ଡରୁଥିବା ଲୋକେ ଭାଜପାରେ ଯୋଗ ଦିଅନ୍ତି:ରାହୁଲ

ନୂଆଦିଲ୍ଲୀ,୧୬ ।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳ ଛାଡି ଚାଲିଯାଉଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଡରୁଥିବା ନେତା ଭାରତୀୟ ଜନତା ପାର୍ଟି(ଭାଜପା)କୁ ଯାଆନ୍ତି । ସୋସିଆଲ ମିଡିଆ କର୍ମୀଙ୍କ ସହ ଭର୍ଚୁଆଲ ବୈଠକରେ ରାହୁଲ ଏହା କହିଛନ୍ତି । ଭାଜପା ଡର ଦେଖାଇ ଅନ୍ୟମାନଙ୍କୁ ନିଜ ଦଳରେ ସାମିଲ କରୁଛି । ରାହୁଲ ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପୁଣି ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସିନ୍ଧିଆ ଭାବିଲେ ଭଜପା ମୋର ଘର ନେଇଯିବ ସେଥିପାଇଁ ସେ ଭୟଭୀତ ହୋଇ କଂଗ୍ରେସ ଛାଡି ଭାଜପାରେ ଯୋଗଦେଲେ । ତେଣୁ ଯିଏ ଡରିଯିବେ ସେ ଭାଜପା ଚାଲିଯିବେ ଆଉ ଯିଏ ନ ଡରିବେ ସେ କଂଗ୍ରେସରେ ରହିବେ । ନିକଟରେ ଜିତିନ ପ୍ରସାଦ ବି କଂଗ୍ରେ ଛାଡି ଭାଜପାରେ ଯୋଗ ଦେଇଛନ୍ତି । ସୂଚନାଯୋଗ୍ୟ, ଦେଶରେ କଂଗ୍ରେସ ଏବେ ତା’ର ସ୍ଥିତି ଏକ ପ୍ରକାର ହରାଇବାକୁ ଯାଉଥିବା ବେଳେ ପୁଣି କିପରି ମୁଣ୍ଡ ଟେକିବ ସେଥିପାଇଁ କଂଗ୍ରେସର ସମସ୍ତ ନେତା ଲାଗି ପଡିଛନ୍ତି ।

Share