Categories: ଜାତୀୟ

ବର୍ଷିଲେ ରାହୁଲ; କହିଲେ, ହିମନ୍ତ-ମିଲିନ୍ଦ ଦେଓରା ଭଳି ନେତା ତୁରନ୍ତ ଛାଡନ୍ତୁ ପାର୍ଟି

ନୂଆଦିଲ୍ଲୀ,୨।୨: ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏବେ ପଶ୍ଚିମବଙ୍ଗରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତେବେ ସେଠାରେ ଥାଇ ସେ ତାଙ୍କ ଦଳର ନେତାମାନଙ୍କୁ ଏକ ବଡ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ମିଲିନ୍ଦ ଦେଓରା ଓ ହିମନ୍ତ ବିଶ୍ୱ ସରମାଙ୍କ ପରି ନେତାମାନେ ଯଦି କଂଗ୍ରେସରେ ଅଛନ୍ତି ତେବେ ଦଳ ଛାଡି ଦିଅନ୍ତୁ। ଏହିଭଳି ନେତା ଦଳର ବିଚାରଧାର ସହ ସମସ୍କନ୍ଦ ନୁହନ୍ତି ତେଣୁ ସେମାନେ ଦଳ ଛାଡି ଯାପାରନ୍ତି।

କହିରଖୁଛୁ କି, ହିମନ୍ତ ସରମା କଂଗ୍ରେସ ଛାଡି ୨୦୧୪ରେ ଭାଜପାରେ ଯୋଗ ଦେଇଥିଲେ। ସେହିପରି ନିକଟରେ କଂଗ୍ରେସର ବରିଷ୍ଠ ନେତା ମିଲିନ୍ଦ ଦେଓରା ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇ ଏକନାଥ ଶିନ୍ଦେ ଗୋଷ୍ଠୀର ଶିବସେନାରେ ଯୋଗ ଦେଇଛନ୍ତି। ତେବେ ଏମାନଙ୍କ ବିଷୟରେ ଉଲ୍ଲେଖ କରିି ରାହୁଲ ନିଜ ଦଳର ନେତାମାନଙ୍କୁ ଏକ କଡା ବାର୍ତ୍ତା ଦେଇଛନ୍ତି।

ସୂଚନାଯୋଗ୍ୟ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ହିମନ୍ତ ବିଶ୍ୱ ସରମା ଭାଜପାରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ପଞ୍ଜାବର ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ୨୦୨୨ରେ ଭାଜପାରେ ଯୋଗ ଦେଇଥିଲେ। ଏଥିସହ ଜ୍ୟୋତିରାଦିତ୍ୟ ସିନ୍ଧିଆ ଠାରୁ ସୁନୀଲ ଜାଖର ଓ ଜିତିନ ପ୍ରସାଦ ଆରପିଏନ ପର୍ଯ୍ୟନ୍ତ କିଛି ନେତା ଗଲା କିଛି ବର୍ଷ ମଧ୍ୟରେ ଭାଜପାରେ ଯୋଗ ଦେଇଛନ୍ତି।

Share