Categories: ଜାତୀୟ

ଆନ୍ଦୋଳନରେ ମୃତ କୃଷକଙ୍କୁ ଦିଆଯାଉ ଅନୁକମ୍ପା ରାଶି, ତାଲିକା ନ ଥିଲେ ଆମଠାରୁ ନିଅ: ରାହୁଲ

ନୂଆଦିଲ୍ଲୀ,୩ ।୧୨: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । କୃଷି ଆଇନକୁ ବିରୋଧ କରିବା ସମୟରେ ଯେଉଁ କୃଷକମାନଙ୍କର ମୃତ୍ୟୁ ହୋଇଥିଲା ସେମାନଙ୍କୁ କ୍ଷତି ପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏଥର ସଂସଦରେ ପ୍ରଶ୍ନ ଉଠିଥିଲା କି ଆନ୍ଦୋଳନରେ ମୃତ କୃଷକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ ନା ନାହିଁ । ଏହାକୁ ନେଇ କେନ୍ଦ୍ର କୃଷି ମନ୍ତ୍ରଣାଳୟ କହିଥିଲା ମୃତ କୃଷକଙ୍କର କୌଣସି ତାଲିକା ନାହିଁ ତେଣୁ ଏଭଳି ପ୍ରଶ୍ନ ଉଠିବାର କୌଣସି ମାନେ ନାହିଁ । ଏହାକୁ ନେଇ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି ଯଦି କେନ୍ଦ୍ର ସରକାରଙ୍କ ପାଖରେ ମୃତ କୃଷକଙ୍କ ତାଲିକା ନାହିଁ ତେବେ ସେ ଆମଠାରୁ ନିଅନ୍ତୁ । ରାହୁଲ କହିଛନ୍ତି ପଞ୍ଜାବର ୪୦୩ କୃଷକଙ୍କ ତାଲିକା ରହିଛି ସେମାନଙ୍କୁ ପଞ୍ଜାବ ସରକାର ୫ ଲକ୍ଷ୍ୟ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିଥିବା ବେଳେ ୧୫୨ ଜଣଙ୍କୁ ଚାକିରି ଦେଇଛନ୍ତି ପଞ୍ଜାବ ସରକାର । ଏମତି ଅନ୍ୟ ରାଜ୍ୟରୁ ଆହୁରି ୧୦୦ କୃଷକଙ୍କ ତାଲିକା ବି ରହିଥିବା ସେ ପ୍ରକାଶ କରିଛନ୍ତି ।

Share