Categories: ଜାତୀୟ

ନୂଆ ପାର୍ଲାମେଣ୍ଟ ବିଲଡିଂର ଉଦଘାଟନ ରାଷ୍ଟ୍ରପତି କରିବା ଉଚିତ ପ୍ରଧାନମନ୍ତ୍ରୀ ନୁହେଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୧।୫: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରବିବାର ସେ କହିଛନ୍ତି ପାର୍ଲାମେଣ୍ଟ ବିଲଡିଂର ଉଦ୍‌ଘାଟନ ମହାମହିମ ରାଷ୍ଟ୍ରପତି କରିବା ଉଚିତ, ପ୍ରଧାନମନ୍ତ୍ରୀ ନୁହେଁ। ସୂଚନାଯୋଗ୍ୟ, ୨୮ ମେ’ରେ ନବ ନିର୍ମିତ ପାର୍ଲାମେଣ୍ଟ ବିଲଡିଂର ଉଦଘାଟନ ପ୍ରଧାନମନ୍ତ୍ରୀ ମୋଦି କରିବାର ପାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ପାର୍ଲାମେଣ୍ଟ ବିଲଡିଂର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଲୋକ ସଭା ଅଧ୍ୟକ୍ଷ ଓମ ବିର୍ଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଏହି ବିଲଡିଂର ଉଦ୍‌ଘାଟନ ପାଇଁ ନିମନ୍ତ୍ରଣ କରିଥିଲେ। ଏବେ ଏହାକୁ ନେଇ ଆରମ୍ଭ ହେଲାଣି ରାଜନୀତି।

Share