Categories: ଜାତୀୟ

ନେତୃତ୍ୱ ପରିବର୍ତ୍ତନ ପତ୍ରର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ରାହୁଲ

ନୂଆଦିଲ୍ଲୀ,୨୪।୮: କଂଗ୍ରେସର ନୂଆ ଅଧ୍ୟକ୍ଷ ପଦକୁ ନେଇ ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ ବସିଛି। ଏତିକି ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚିଠି ଲେଖିଥିବା ନେତାଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେତେବେଳେ ଦଳ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିରୋଧିଙ୍କ ସହ ଲଢୁଥିଲା ଓ ସୋସିଆ ଗାନ୍ଧୀ ଅସୁସ୍ଥ ଥିଲେ ସେତେବେଳେ ଏହି ଚିଠି ଲେଖିବା କ’ଣ ଠିକ୍‌ ଥିଲା। ସେ କହିଛନ୍ତି ଏହି ଆଲୋଚନା ସିଡବ୍ଲୁସି ବୈଠକରେ କରାଯାଇ ପାରି ଥାଆନ୍ତା। କିନ୍ତୁ ଯେତେବେଳେ ସମୟ ଠିକ୍‌ ନ ଥିଲା ସେତେବେଳେ କାହିଁକି ଏହି ପତ୍ର ଲେଖାଯାଇଥିଲା। ସେ ଆହୁରି ମଧ୍ୟ ଅଭିଯୋଗ ଆଣିଛନ୍ତି କି ପତ୍ର ଲେଖିଥିବା ନେତାମାନେ ଭାରତୀୟ ଜନତା ପାର୍ଟି(ଭାଜପା) ସହ ସମ୍ପର୍କରେ ରହିଛନ୍ତି।

Share