Categories: ଜାତୀୟ

ରାଖୀରେ ପ୍ରିୟଙ୍କାଙ୍କ ସହ ପିଲାଦିନର ଫଟୋ ଶେୟାର କଲେ ରାହୁଲ ଗାନ୍ଧୀ, ଲେଖିଲେ ଏମିତି…

ଲକ୍ଷ୍ନୌ,୨୨ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ରାଖୀ ଉପଲକ୍ଷେ ଏକ ପୋଷ୍ଟ ଶେୟାର କରିଛନ୍ତି। ଯାହା ଲୋକମାନଙ୍କ ହୃଦୟ ଜିତିଛି। ସେ ଏକ ଫଟୋ ସହିତ ଭାବପ୍ରବଣ କ୍ୟାପଶନଟିଏ ଲେଖିଛନ୍ତି, ‘ମୋ ଭଉଣୀର ସ୍ନେହ ଏବଂ ସମର୍ଥନ ମୋ’ ଜୀବନରେ ଏକ ବିଶେଷ ସ୍ଥାନ ନେଇଛି। ଆମେ ପରସ୍ପରର ବନ୍ଧୁ ଏବଂ ରକ୍ଷକ। ଏଥିସହିତ ରାଖୀ ଅବସରରେ ରାହୁଲ ସମସ୍ତଙ୍କୁ ଶୁଭେଚ୍ଛା ବି ଜଣାଇଛନ୍ତି।

ଏହି ପୋଷ୍ଟକୁ ପାଞ୍ଚ ଘଣ୍ଟା ପୂର୍ବରୁ ଶେୟାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯୨୦୦୦ରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି। ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କାଙ୍କ ପ୍ରତି ସ୍ନେହ ମମତା, ଭଲପାଇବା ଦେଖି ୟୁଜରମାନେ ଖୁସି ହୋଇଛନ୍ତି। ଜଣେ
ୟୁଜର ଲେଖିଛନ୍ତି। ଏହା ଅତ୍ୟନ୍ତ ସୁନ୍ଦର। ‘କେତେ ମିଠା,। ସେହିପରି ଅନ୍ୟଜଣେ ୟୁଜର ଲେଖିଛନ୍ତି, ତୁମେ ଦୁହେଁ ଏମିତି ସବୁବେଳେ ଖୁସିରେ ଥାଅ।

Share