Categories: ଜାତୀୟ

ଫ୍ଲାଇଙ୍ଗ କିସ ମାମଲାକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୧୦।୮: ଫ୍ଲାଇଙ୍ଗ କିସ ମାମଲାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ଭାରତୀୟ ଜନତା ପାର୍ଟି (ଭଜପା)ନେତା। ଫ୍ଲାଇଙ୍ଗ କିସ ବିବାଦକୁ ନେଇ ଭାରତୀୟ ଜନତା ପାର୍ଟି କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ କ୍ରମାଗତ ଟାର୍ଗେଟ କରି ଚାଲିଛନ୍ତି। ଭାଜପା ରାଷ୍ଟ୍ରୀୟ ସଚିବ ଅନିଲ ଆଣ୍ଟୋନି ଗୁରୁବାର କହିଛନ୍ତି ଯେ ରାହୁଲ ଗାନ୍ଧୀ ପ୍ରଥମେ ତାଙ୍କ ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ ଏବଂ ପୁଣି ଥରେ ଗୃହରେ ତାଙ୍କର ପ୍ରକୃତ ଚରିତ୍ର ଦେଖାଇବେ।
ଲୋକ ସଭାର ସଦସ୍ୟତା ଫେରି ପାଇବା ପରେ ରାହୁଲ ଗାନ୍ଧୀ ବୁଧବାର ପ୍ରଥମ ଭାଷଣ ଦେଇଛନ୍ତି। ଅବିଶ୍ୱାସ ପ୍ରସ୍ତାବ ଉପରେ ଦ୍ୱିତୀୟ ଦିନର ଆଲୋଚନା ବେଳେ ସେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ। ତେଣୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ତାଙ୍କ ଆକ୍ରମଣରେ ପଛଘୁଞ୍ଚା ନ ଦେଇ ଗୁରୁତର ଅଭିଯୋଗ କରିଛନ୍ତି ଯେ ରାହୁଲ ସଂସଦରେ ଫ୍ଲାଇଙ୍ଗ କିସ ଦେଇଛନ୍ତି। ଏହା ପରେ ଭାଜପାର ଅନେକ ମହିଳା ଏମପି ମଧ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।

Share