Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ ଅତିକମରେ ୫ ବର୍ଷ ଦଣ୍ଡ ମିଳିବା ଉଚିତ୍‌: ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ଲକ୍ଷ୍ନୌ,୯।୭: ଗୁଜରାଟ ହାଇକୋର୍ଟ ‘ମୋଦି ଉପନାମ’ ସହିତ ଜଡିତ ଅପରାଧିକ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେବାକୁ ମନା କରି ଦେଇଛନ୍ତି। ରାହୁଲ ଗାନ୍ଧୀ ପୁନଃର୍ବିଚାର ମାମଲା ହାଇକୋର୍ଟରେ ଖାରଜ ହେବା ପରେ ପଦ୍ମଭୂଷଣ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ମହାରାଜ ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ରାମଭଦ୍ରାଚାର୍ଯ୍ୟ ମହାରାଜ କହିଛନ୍ତି, ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତି ଇତିହାସର ପୁନରାବୃତ୍ତି ଘଟାଇଛି। ନିର୍ବାଚନରେ ଜାଲିଆତି କରି ଇନ୍ଦିରା ଗାନ୍ଧୀଙ୍କୁ ଆହ୍ଲାବାଦ ହାଇକୋର୍ଟ ଦଣ୍ଡିତ କରିଥିଲେ। ପୁଣିଥରେ ତାଙ୍କ ନାତି ଗୁଜରାଟ ହାଇକୋର୍ଟରୁ ଏକ ଝଟ୍‌କା ପାଇଛନ୍ତି। ରାହୁଲଙ୍କୁ କମ ଦଣ୍ଡ ଦିଆଯାଇଛି। ରାହୁଲ ଗାନ୍ଧୀଙ୍କୁ ଅତି କମରେ ପାଞ୍ଚ ବର୍ଷ ଦଣ୍ଡିତ କରାଯିବା ଉଚିତ୍‌। ତାଙ୍କୁ ସୁପ୍ରିମକୋର୍ଟରୁ ଆରାମ ମିଳିବାର କୌଣସି ଆଶା ନାହିଁ ବୋଲି ସେ କହିଛନ୍ତି।
ସୁପ୍ରିମକୋର୍ଟ,୨୦୧୯ ଲୋକ ସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ‘ମୋଦି ଉପନାମ’ ଉପରେ ଏକ ବିବୃତ୍ତି ଦେଇଥିଲେ। ଏନେଇ ଭାଜପା ବିଧାୟକ ପୂର୍ଣ୍ଣେଶ ମୋଦି ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହା ପରେ ମାର୍ଚ୍ଚ ୨୪ରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ବାତିଲ କରାଯାଇଥିଲା। ରାହୁଲ ଗାନ୍ଧୀ ସୁରଟ ସେସନ୍ସ କୋର୍ଟର ନିଷ୍ପତ୍ତି ବିରୋଧରେ ଗୁଜରାଟ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ମଧ୍ୟ ତାଙ୍କ ଆଶ୍ୱସ୍ତି ମିଳିନାହିଁ। ଏହା ପରେ ହାଇକୋର୍ଟରେ ଏହାର ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ଆବେଦନ କରାଯାଇଥିଲା।

Share