ନୂଆଦିଲ୍ଲୀ,୧୬।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନ୍ୟ ପଛୁଆ ବର୍ଗ (ଓବିସି)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଯଦି ରାଜସ୍ଥାନରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ଜାତିଗତ ସର୍ଭେ କହେବ ଏବଂ ଯଦି କେନ୍ଦ୍ରରେ ମଧ୍ୟ କ୍ଷମତାକୁ ଆସେ ତେବେ ଜାତଗତ ଜନଗଣନା କରାଯିବ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ରାଜସ୍ଥାନର ନୋହରରେ ଏକ ନିର୍ବାଚନ ରାଲି କରୁଥିବାବେଳେ କହିଛନ୍ତି, ମୁଁ ସଂସଦରେ ଏକ ଭାଷଣ ଦେଇଥିଲି। ମୁଁ କହିଥିଲି ଏକ ଜନଗଣନା ହେବା ଉଚିତ୍। ମୋର ପ୍ରଶ୍ନ ହେଉଛି ଦେଶରେ ଓବିସି ବର୍ଗର କେତେ ଲୋକ ଅଛନ୍ତି? ଏହା ଏକ ଷଡଯନ୍ତ୍ର ହେତୁ କେହି ଏହା କହିପାରିବେ ନାହିଁ ।