ଆଜି ପ୍ରଚାର କରିବେ ରାହୁଲ ଗାନ୍ଧୀ, ସ୍ମୃତି ଇରାନୀ

ଖଇରା/ସିମୁଳିଆ, ୩୦।୫ (ଉତ୍କଳବନ୍ଧୁ ପଣ୍ଡା/ସନ୍ତୋଷ ନାୟକ)ବାଲେଶ୍ୱର ଜିଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ଗୁରୁବାର ପ୍ରଚାର ଶେଷ ଦିନ ଥିବା ବେଳେ କଂଗ୍ରେସ, ଭଜପା ଓ ବିଜେଡିର ହେଭିୱେଟମାନେ ପ୍ରଚାରକୁ ଓହ୍ଲାଉଥିବା ସୂଚନା ମିଳିଛି। କଂଗ୍ରେସ ପାଇଁ ରାହୁଲ ଗାନ୍ଧୀ ସିମୁଳିଆ ବ୍ଲକର ମଇତାପୁରଠାରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଅଡା ଫାୟାର ଷ୍ଟେଶନ ପଡିଆରେ ଆୟୋଜିତ ସମାବେଶରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ଧର୍ମେନ୍ଦ୍ର ପ୍ରଧାନ ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସେହିଭଳି ଖଇରା ବ୍ଲକର ପତିରାଜପୁର ପଡିଆରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାର ପାଇଁ ଆସୁଥିବା ଜଣାଯାଇଛି।