Categories: ଜାତୀୟ

ରାହୁଲଙ୍କୁ ନୂଆ ସମନ ଜାରି କଲା ଇଡି

ନୂଆଦିଲ୍ଲୀ,୩।୬: ନ୍ୟାସନାଲ ହେରାଲ୍ଡ ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ନୂଆ ସମନ ଜାରି କରିଛି। ମିଳିଥିବା ସୂତ୍ର ଅନୁଯାୟୀ ମନି ଲଣ୍ଡରିଂ ମାମଲାରେ ରାହୁଲଙ୍କୁ ପଚରାଉଚରା ପାଇଁ ଜୁନ ୧୩ରେ ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ପକ୍ଷରୁ ଏକ ନୂଆ ସମନ ଜାରି କରାଯାଇଛି। ସୂଚନା ମୁତାବକ, ଜୁନ ୮ରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ସମନ ଜାରି କରିଥିଲା। ବର୍ତ୍ତମାନ ରାହୁଲ ବିଦେଶରେ ଥିବା ବେଳେ ଜୁନ ୫ରେ ଭାରତ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ଏହା ପୂର୍ବରୁ ଇଡିରେ ହାଜର ହେବା ପାଇଁ ରାହୁଲଙ୍କ ପକ୍ଷରୁ ଏକ ନୂଆ ତାରିଖ ମଗାଯାଇଥିଲା। ଯାହାଫଳରେ ଶୁକ୍ରବାର ଇଡି ପକ୍ଷରୁ ଏକ ନୂଆ ସମନ ତାରିଖ ଜାରି କରାଯାଇଛି। ଅନ୍ୟପଟେ ସୋନିଆ ଗାନ୍ଧୀ ଗୁରୁବାର କରୋନା ପଜିଟିଭ୍‌ ହୋଇଥିବା ବେଳେ ଜୁନ ୮ରେ ସେ ଇଡି କାର୍ଯ୍ୟାଳୟରେ ହାଜର ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

Share