Categories: ଜାତୀୟ

ହାଥରସ ବଳାତ୍କାର ପୀଡ଼ିତାଙ୍କ ପରିବାରର ଦୁଃଖ ଦେଖୁଛି ଦେଶ: ରାହୁଲ

ଚଣ୍ଡିଗଡ଼,୬ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍କଳବାର ହାଥରସ ବଳାତ୍କାର ଘଟଣାକୁ ନେଇ ପୁଣିଥରେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ଏକ ଖବରଦାତା ସମ୍ମିଳନୀରେ ହାଥରସ ଘଟଣାରେ ମୋଦିଙ୍କ ନିରବତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଏହାସହ ନୂଆ କୃଷି ନୀତିକୁ ନେଇ ମଧ୍ୟ ମୋଦିଙ୍କ ଉପରେ ବର୍ଷିଛନ୍ତି ରାହୁଲ । ସୂଚନାଯୋଗ୍ୟ, ରାହୁଲ ଦୁଇଦିନ ହେବ ପଞ୍ଜାବରେ ଟ୍ରାକ୍ଟର ରାଲି ଜରିଆରେ କୃଷି ଆଇନକୁ ବିରୋଧ କରି ଆସୁଛନ୍ତି । ମଙ୍ଗଳବାର ସେ ପଟିଆଲାରେ ଖବରଦାତାଙ୍କ ସହ କଥା ହୋଇ କୃଷି ଆଇନକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ପ୍ରଥମେ ବିମୁଦ୍ରିକରଣ ହେଲା ଯେଉଁଥିରେ ଗରିବ ଜନତା ଅସୁବିଧାରେ ପଡିଲେ । ଏହାପରେ ଜିଏସ୍‌ଟି ଆସିଲା ତ ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଲା । ଏବେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ହେଲା ତ ଗରିବ ରାସ୍ତାରେ ପଡି ମରିଗଲେ । ତେବେ ହାଥରସ ଘଟଣାକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ହାଥରସ ଗସ୍ତ ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ତାଙ୍କ ସହ ଯେଉଁଭଳି ବ୍ୟବହାର କରାଗଲା ସେଥିରେ ସେ ଦୁଃଖିତ ନୁହେଁ । ବରଂ ହାଥରସ ପୀଡ଼ିତାଙ୍କ ପରିବାର ଏକେଲା ନୁହେଁ ଏହା ଆମେ ଜଣାଇ ଦେବାକୁ ଚାହୁଁଥିଲୁ । ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପୀଡ଼ିତା ପରିବାରକୁ ଟାର୍ଗେଟ କରି ଥିବା କହିଥିଲେ ରାହୁଲ ଏହାସହ ମୋଦି କାହିଁକି ଏହା ଉପରେ ମୁହଁ ଖୋଲୁ ନାହାଁନ୍ତି ବୋଲି ମଧ୍ୟ ରାହୁଲ ପ୍ରଶ୍ନ କରିଛନ୍ତି ।

Share