ଶପଥ ନେବା ପୂର୍ବରୁ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍‌, କହିଲେ…

ନୂଆଦିଲ୍ଲୀ, ୯ା୬: NEET ଫଳାଫଳକୁ ନେଇ ବିବାଦ ବନ୍ଦ ହେଉନାହିଁ । ଛାତ୍ରୀଛାତ୍ରମାନେ ଏହାକୁ ନେଇ ରାସ୍ତାକୁ ଓହ୍ଲାଇ ଥିବା ବେଳେ ରେଜଲ୍ଟରେ ଘୋଟାଲା ହୋଇଥିବା ଅଭିଯୋଗ କରୁଛନ୍ତି । ଏଥି ସହିତ ରାଜନୈତିକ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଉଛନ୍ତି । ସେପଟେ ଏହି ମୁଦ୍ଦାକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି । NEET ରେଜଲ୍ଟରେ ଘୋଟାଲା କରି ୨୪ ଲକ୍ଷ ଛାତ୍ରୀଛାତ୍ରଙ୍କ ଘର ଭାଙ୍ଗିଥିବା ସେ ଅଭିଯୋଗ କରିଛନ୍ତି।

ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ଏପର୍ଯ୍ୟନ୍ତ ଶପଥ ଗ୍ରହଣ କରିନାହାନ୍ତି ତଥାପି ସେ NEET ପରୀକ୍ଷାରେ ହୋଇଥିବା ଘୋଟାଲାରେ ୨୪ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଏବଂ ସେମାନଙ୍କ ପରିବାରର ଆଶାକୁ ଭାଙ୍ଗିଛନ୍ତି । ସମାନ ପରୀକ୍ଷା କେନ୍ଦ୍ରର ୬ ଜଣ ଛାତ୍ର ସର୍ବାଧିକ ମାର୍କ ରଖିଛନ୍ତି। କେତେଜଣ ଏଭଳି ମାର୍କ ପାଇଛନ୍ତି ଯାହା ଟେକ୍ନିକାଲ ସମ୍ଭବ ନୁହେଁ, କିନ୍ତୁ ସରକାର ପ୍ରଶ୍ନପତ୍ର ଲିକ୍‌ ହେବାର ସମ୍ଭାବନାକୁ ଅସ଼୍ବୀକାର କରୁଥିବା ସେ ଏଥିରେ ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଛନ୍ତି, ଶିକ୍ଷା ମାଫିଆ ଏବଂ ସରକାରୀ ବିଭାଗର ମିଳିତ ଉଦ୍ୟମରେ ଏହି ପେପର ଲିକ୍‌ ହେଉଛି। ଏହାକୁ ରୋକିବା ପାଇଁ କଂଗ୍ରେସ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଥିଲା। ଏକ ଆଇନ ଆଣି ଛାତ୍ରୀଛାତ୍ରମାନଙ୍କୁ ପେପର ଲିକ୍‌ରୁ ମୁକ୍ତ କରିବାକୁ ଆମେ ଆମର ମନିଫେଷ୍ଟୋରେ ସାମିଲ କରିଥିଲୁ। ଆଜି ମୁଁ ଦେଶର ସମସ୍ତ ଛାତ୍ରୀଛାତ୍ରଙ୍କୁ ନିଶ୍ଚିତ କରୁଛି ଯେ, ମୁଁ ସଂସଦରେ ତୁମର ସ଼୍ବର ହେବି ଏବଂ ତୁମର ଭବିଷ୍ୟତ ସହ ଜଡିତ ପ୍ରସଙ୍ଗଗୁଡ଼ିକୁ ଦୃଢ଼ ଭାବରେ ଉଠାଇବି। ଯୁବକମାନେ ଇଣ୍ଡିଆ ମେଣ୍ଟ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି । ଇଣ୍ଡିଆ ସେମାନଙ୍କ ସ଼୍ବରକୁ ଚପି ଯିବାକୁ ଦେବ ନାହିଁ।

Share