ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟି ନେଇ ପଞ୍ଜାବରେ ରାଜନୀତି ଏବେ ସରଗରମ ହୋଇଛି। ଗୋଟିଏ ପଟେ ଅନେକ ଭାଜପା ନେତା ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରୁଥିବାବେଳେ କଂଗ୍ରେସ ନେତାମାନେ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଏହି କ୍ରମରେ ଶୁକ୍ରବାର ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଏକ ଟୁଇଟ୍ରେ ସେ ଲେଖିଛନ୍ତି ଯେ,ଆମ ସୀମାରେ ଯାହା ଘଟୁଛି ତାହା ମଧ୍ୟ ଜାତୀୟ ନିରାପତ୍ତାର ଏକ ବଡ଼ ଧରଣର ତ୍ରୁଟି, ପ୍ରଧାନମନ୍ତ୍ରୀ ଏହା ବିଷୟରେ କ’ଣ କହିବେ?’ ରାହୁଲ ସୀମାରେ ଚାଇନାର ବେଆଇନ କାର୍ଯ୍ୟକଳାପ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରନ୍ତି। ଏହାପୂର୍ବରୁ, ରାହୁଲ ଗାନ୍ଧୀ ଚାଇନାର ଅରୁଣାଚଳ ପ୍ରଦେଶର ୧୫ଟି ସ୍ଥାନର ନାମ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଲେଖିଛନ୍ତି, କିଛି ଦିନ ପୂର୍ବରୁ ଆମେ ୧୯୭୧ ମସିହାରେ ଭାରତର ଗୌରବମୟ ବିଜୟକୁ ମନେ ରଖିଥିଲୁ। ଦେଶର ସୁରକ୍ଷା ପାଇଁ ଦୃଢ ନିଷ୍ପତ୍ତି ଆବଶ୍ୟକ। ଖାଲି ଶବ୍ଦ ଦ୍ୱାରା ବିଜୟ ହାସଲ ହୁଏ ନାହିଁ ବୋଲି ସେ କହିଛନ୍ତି।
What has been happening at our borders is a major lapse of national security.
Will the PM ever talk about it?#PangongTso #China
— Rahul Gandhi (@RahulGandhi) January 7, 2022