Categories: ଜାତୀୟ

ମୋଦିଙ୍କୁ ପୁଣି ଟାର୍ଗେଟ କଲେ ରାହୁଲ, କହିଲେ ରାଫେଲକୁ ମିଳିଛି ବାଷ୍ଟିଲ ଡେ ପରେଡର ଟିକେଟ

ନୂଆଦିଲ୍ଲୀ,୧୫।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମଣିପୁର ହିଂସାକୁ ନେଇ ୟୁରୋପୀୟ ୟୁନିୟନର ସଂସଦରେ ହୋଇଥିବା ଚର୍ଚ୍ଚାକୁ ନେଇ ପ୍ରଧାନମନ୍ତ୍ରୀ କାହିଁକି ଚୁପ ବୋଲି ରାହୁଲ ପ୍ରଶ୍ନ ଉଠାଇଛନ୍ତି। ଏହାସହ କଂଗ୍ରେସ ନେତା ମୋଦିଙ୍କ ଫ୍ରାନ୍ସ ଗସ୍ତକୁ ବି ଟାର୍ଗେଟ କରିଛନ୍ତି। ସେ ମୋଦିଙ୍କୁ ଫ୍ରାନ୍ସର ନାଶନାଲ ଡେ ପରେଡରେ ମୁଖ୍ୟ ଅତିଥି କାର୍ଯ୍ୟକ୍ରମକୁ ନେଇ ରାଫେଲ ଡିଲ ସହ ଯୋଡିଛନ୍ତି।

ଶନିବାର ରାହୁଲ ଗାନ୍ଧୀ ଟୁଇଟ କରି ଲେଖିଛନ୍ତି, ମଣିପୁର ଜଳିଯାଇଛି। ୟୁରୋପୀୟ ୟୁନିୟନର ସଂସଦରେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ଚୁପ ରହିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି, ଏହି ସମୟରେ ରାଫେଲ ବଷ୍ଟିଲ ଡେ ପାଇଁ ଟିକେଟ ପାଇଥିଲା।
ସୂଚନାଯୋଗ୍ୟ, ଶନିବାର ନିଜେ ଭାରତ ସରକାର ନୌସେନା ପାଇଁ ଫ୍ରାନ୍ସରୁ ୨୬ଟି ନାଭାଲ ରାଫେଲ ଯୁଦ୍ଧ ବିମାନ କିଣିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା ଅଧୀନରେ ଭାରତୀୟ ନୌସେନା ଫ୍ରାନ୍ସର ଡାସଲ୍ଟ ଆଭିଏସନରୁ ୨୬ ଟି ନୂତନ ଉନ୍ନତ ରାଫେଲ ଯୁଦ୍ଧ ବିମାନ ପାଇବ, ଯାହା ନୌସେନାର ଆବଶ୍ୟକତା ଅନୁଯାୟୀ ସ୍ବତନ୍ତ୍ର ଭାବରେ ଡିଜାଇନ ହେବ। ଭାରତରେ ଏହି ଯୁଦ୍ଧ ବିମାନର ସଫଳ ପରୀକ୍ଷଣ ପରେ ସରକାର ଏହି ବିମାନ କ୍ରୟକୁ ନେଇ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛନ୍ତି।

Share