Categories: ଜାତୀୟ

ମଙ୍ଗଳବାର ପୁଣି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ,୨୦।୬: ନ୍ୟାଶନାଲ ହେରାଲ୍ଡ ମାମଲା ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଗତ ୪ଦିନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରୁଛି। ଏହି ମାମଲାରେ ଇଡି ପୁଣି ଥରେ ପଚରାଉଚରା କରିବା ପାଇଁ ରାହୁଲଙ୍କୁ କାର୍ଯ୍ୟାଳୟକୁ ଡକାଇଛି। ମଙ୍ଗଳବାର ତାଙ୍କୁ କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ପୁଣି ଥରେ ସମନ ଜାରି କରିଛି। ଏପର୍ଯ୍ୟନ୍ତ ଇଡି ତାଙ୍କୁ ୪ଥର ଜେରା କରିସାରିଥିବା ବେଳେ ସେ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇସାରିଛନ୍ତି। ସେହିପରି ସୋମବାର ପୂର୍ବାହ୍ନ ୧୧ଟାରେ ମଧ୍ୟ ରାହୁଲ ଗାନ୍ଧୀ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ବେଳେ ଏବେ ବି ପଚରାଉଚରା ଜାରି ରହିଛି। ଗୋଟିଏ ପଟେ ଦିନକୁ ଦିନ ଜେରା ସମୟ ଅବଧି ବଢ଼ୁଥିବା ବେଳେ ଅନ୍ୟପଟେ ଏହାକୁ ଜୋରଦାର ବିରୋଧ କରି କଂଗ୍ରେସ କର୍ମକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି। ଇତିମଧ୍ୟରେ ସୋମବାର କଂଗ୍ରେସର ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି।

Share