Categories: ଜାତୀୟ

‘ଏକ ବଳାତ୍କାରୀଙ୍କୁ କ’ଣ ପାଇଁ ରକ୍ଷା କରୁଛନ୍ତି ମୋଦି ଜୀ’, ପ୍ରଧାନମନ୍ତ୍ରୀଙ୍କୁ ଏମିତି ପ୍ରଶ୍ନ କାହିଁକି ପଚାରିଲେ ରାହୁଲ

ନୂଆଦିଲ୍ଲୀ,୨୩।୫: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଚିଠି ଲେଖି ମହିଳାଙ୍କ ଯୌନ ଶୋଷଣର ଅଭିଯୁକ୍ତ ପ୍ରଜ୍ୱଳ ରେଭନ୍ନାଙ୍କ କୂଟନୈତିକ ପାସପୋର୍ଟକୁ ତୁରନ୍ତ ବାତିଲ କରିବାକୁ ଦାବି କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି ପିଏମ ମୋଦିଙ୍କୁ ଏହି ଦାବି କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସିଦ୍ଦରାମାୟାଙ୍କ ପୋଷ୍ଟକୁ ରିପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପ୍ରଶ୍ନ ପଚାରଛନ୍ତି, ପ୍ରଧାନମନ୍ତ୍ରୀ, ଆପଣ ଜଣେ ଗଣବଳାତ୍କାରୀଙ୍କୁ କାହିଁକି ରକ୍ଷା କରୁଛନ୍ତି?

ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡା ତାଙ୍କ ନାତି ପ୍ରଜ୍ୱଳ ରେଭନ୍ନାଙ୍କୁ ଭାରତ ଫେରିବାକୁ ଚେତାବନୀ ଦେଇଥିଲେ ଏବଂ ତାଙ୍କୁ ଆଇନଗତ ପ୍ରକ୍ରିୟାରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Share