Categories: ଜାତୀୟ

୧୦ ଜନପଥକୁ ସ୍ଥାନାନ୍ତର ହେବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୫।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖୁବ୍‌ଶୀଘ୍ର ୧୦ ଜନପଥକୁ ସ୍ଥାନାନ୍ତର ହେବେ। ସୂଚନାନୁସାରେ, ରାହୁଲଙ୍କ ଘରର ଆସବାବପତ୍ର ସୋନିଆ ଗାନ୍ଧୀଙ୍କ ବାସଭବନ ୧୦ ଜନପଥକୁ ସ୍ଥାନାନ୍ତର ହେଉଛି। ଏଥି ସହ ରାହୁଲଙ୍କ କାର୍ଯ୍ୟାଳୟର କାମ ପାଇଁ ଏକ ଘର ଖୋଜା ଚାଲିଛି। ରାହୁଲ ଗାନ୍ଧୀଙ୍କ ଏମ୍‌ପି ପଦ ରଦ୍ଦ ହେବାର ଦୁଇ ଦିନ ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ଲୋକ ସଭାର ଗୃହ କମିଟି ନୋଟିସ ଜାରି କରିଥିଲା।

ରାହୁଲ ଗାନ୍ଧୀ ଦିଲ୍ଲୀର ୧୨ ତୁଗଲକ ଲେନ୍‌ସ୍ଥିତ ସରକାରୀ ବଙ୍ଗଳାରେ ରହୁଥିଲେ। ୨୦୦୪ରେ ସେ ଲୋକ ସଭା ଏମ୍‌ପି ଭାବରେ ନିର୍ବାଚିତ ହେବା ପରେ ତାଙ୍କୁ ଏହି ବଙ୍ଗଳା ଦିଆଯାଇଥିଲା। ନିୟମ ଅନୁଯାୟୀ, ମାର୍ଚ୍ଚ ୨୪ରେ ତାଙ୍କୁ ଅଯୋଗ୍ୟତା ଘୋଷଣାଠାରୁ ଏକ ମାସ ମଧ୍ୟରେ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ ବୋଲି ନୋଟିସ ଜାରି ହୋଇଥିଲା। ତେବେ ରାହୁଲ ଗାନ୍ଧୀ ନୋଟିସର ପାଳନ କରିବାକୁ କହିଥିଲେ।

Share