Categories: ଜାତୀୟ

୫ରାଜ୍ୟର ନିର୍ବାଚନ ଶେଷ ହେବା ପରେ ବିଦେଶ ବୁଲିବାକୁ ଯିବେ ରାହୁଲ

ନୂଆଦିଲ୍ଲୀ, ୨୮।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡିସେମ୍ବର ୯ରୁ ବିଦେଶ ଗସ୍ତ କରିବେ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ରାହୁଲଙ୍କର ୩ଦିନ ଯାତ୍ରା କରିବାର ଯୋଜନା ରହିଛି। ସେ ସିଙ୍ଗାପୁର ସମେତ ଇଣ୍ଡୋନେସିଆ, ଭିଏତନାମା ଏବଂ ମାଲେସିଆ ବୁଲିବାକୁ ଯାଉଛନ୍ତି। ତେବେ ୫ରାଜ୍ୟର ନିର୍ବାଚନ ଶେଷ ହୋଇ ଫଳାଫଳ ବାହାରି ସାରିବା ପରେ ସେ ବିଦେଶ ଯିବେ। ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ମିଜୋରାମରେ ମତଦାନ ଶେଷ ହୋଇଛି। ବର୍ତ୍ତମାନ କେବଳ ନଭେମ୍ବର ୩୦ ଅର୍ଥାତ୍‌ ଗୁରବାର ତେଲଙ୍ଗାନାରେ ମତଦାନ ହେବାକୁ ଯାଉଛି। ପରେ ଡିସେମ୍ବର ୩ରେ ସବୁ ରାଜ୍ୟର ଫଳାଫଳ ଏକା ସାଥିରେ ଆସିବ।

ବିଦେଶ ଗସ୍ତ କରି ରାହୁଲ ସିଙ୍ଗାପୁର ଓ ମାଲେସିଆରେ ଭାରତୀୟ ବଂଶୋଦ୍ଭବଙ୍କୁ ସାକ୍ଷାତ କରିବେ। ସେହିପରି ଭିଏତନାମାରେ ଡିପ୍ଲୋମାଟ୍ସ ଏବଂ କମ୍ୟୁନିଷ୍ଟ ଦଳର ଲୋକଙ୍କୁ ସାକ୍ଷାତ କରିବେ।

Share