Categories: ଜାତୀୟ

ଗୁରୁବାର ମଣିପୁର ଗସ୍ତ କରିବେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ,୨୮।୬: ମଣିପୁର ହିଂସା ୫୦ରୁ ଅଧିକ ଦିନ ହେଲା ଥମିବାର ନାଁ ନେଉନାହିଁ। ଦିନକୁ ଦିନ ମଣିପୁରର ସ୍ଥିତି ବିଗି ଲାଗିଥିବା ବେଳେ କେନ୍ଦ୍ର ସରକାର ଖୁବଶୀଘ୍ର ଶାନ୍ତି ଫେରିବ ବୋଲି ଆଶ୍ୱସନା ଦେଇ ଚାଲିଛନ୍ତି। ଏସବୁ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆସନ୍ତା ୨୯ ତାରିଖ ଅର୍ଥାତ୍‌ ଗୁରୁବାର ମଣିପୁର ଗସ୍ତ କରିବେ। ସେ ୨୯ ଓ ୩୦ ଦୁଇ ଦିନ ଧରି ମଣିପୁରରେ ରହି ସ୍ଥିତି ସମୀକ୍ଷା କରିବେ। ଏନେଇ କଂଗ୍ରେସର ସାଧରଣ ସମ୍ପାଦକ କେସି ଭେଣୁଗୋପାଳ ସୂଚନା ଦେଇଛନ୍ତି।

 

Share