୯ ବର୍ଷର ପୁଅକୁ ପାଇଲଟ ହେବାର ଟିପ୍ସ ଦେଲେ ରାହୁଲ ଗାନ୍ଧୀ

ନୂଆ ଦିଲ୍ଲୀ, ୬।୪: ରାହୁଲ ଗାନ୍ଧୀ ବର୍ତ୍ତମାନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ନିଜର ବ୍ୟସ୍ତ ସମୟ ମଧ୍ୟରୁ ସେ କିଛି ସମୟ ବାହାର କରି ଯୁବକଙ୍କ ସହ ବିତାଇଥାନ୍ତି। ନିକଟରେ ଏମିତି କିଛି ଦେଖିବାକୁ ମିଳିଛି। ଜଣେ ୯ ବର୍ଷର ପୁଅକୁ ବଡ଼ ହୋଇ ତୁମେ କ’ଣ ହେବାକୁ ଚାହୁଁଛ ବୋଲି ରାହୁଲ ପ୍ରଶ୍ନ କରିଥିଲେ। ଉତ୍ତରରେ ନାବାଳକ ଜଣଙ୍କ ପାଇଲଟ ହେବାକୁ ଚାହୁଁଥିବା କହିଥିଲେ। ଏହି ଉତ୍ତର ଶୁଣିବା ପରେ ରାହୁଲ ତାଙ୍କୁ ତାଙ୍କର ସ୍ବପ୍ନ କିପରି ପୂରଣ କରିପାରିବେ ସେ ନେଇ ବୁଝାଇବା ଆରମ୍ଭ କରିଦେଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓକୁ ରାହୁଲ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। କ୍ୟାପଶନରେ ଲେଖିଛନ୍ତି, କୌଣସି ସ୍ବପ୍ନ ବହୁତ ବଡ଼ ହୋଇ ନ ଥାଏ। ଆମକୁ ଏହି ସ୍ବପ୍ନକୁ ସତ କରିବା ପାଇଁ ପ୍ରଥମ ପଦକ୍ଷେପ ନେବାକୁ ପଡ଼ିବ। ଆମର କର୍ତ୍ତବ୍ୟ ହେଉଛି ଆମେ ଏପରି ଏକ ସମାଜ ଗଠନ କରିବା ତାହାତାକୁ ସବୁ ସୁଯୋଗ ଦେଇପାରିବ ବୋଲି ସେ ଲେଖିଛନ୍ତି।

Share