Categories: ଜାତୀୟ

କଂଗ୍ରେସ କ୍ଷମତାକୁ ଆସିଲେ ହଟାଇ ଦେବ ସମସ୍ତ କୃଷି ନିୟମ: ରାହୁଲ

ନୂଆଦିଲ୍ଲୀ,୪ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆ କୃଷି ନୀତିକୁ ନେଇ ପୁଣିଥରେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ରବିବାର ପଞ୍ଜାବର ମୋଗାରେ ଏକ ମେଗା ରାଲିରେ ସମ୍ବୋଧନ ଦେବା ଅବସରରେ ରାହୁଲ କହିଛନ୍ତି ଯଦି ସରକାର ନୂଆ କୃଷି ବିଲ୍ ପାସ୍ କରିବାର ଥିଲା ତେବେ ପ୍ରଥମେ ଏସମ୍ପର୍କରେ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ଏ ନେଇ ଆଲୋଚନା କରିବାର ଥିଲା । ଏହା କୃଷକଙ୍କ ବିରୋଧରେ ହୋଇଥିବାରୁ ରାହୁଲ କହିଛନ୍ତି ଯେଉଁଦିନ କଂଗ୍ରେସ ଶାସନ କ୍ଷମତାକୁ ଆସିବ ସେହିଦିନ ସେ ସମସ୍ତ କୃଷି ନିୟମକୁ ହଟାଇ ଡଷ୍ଟ ବିନରେ ପକାଇଦେବ । ସେ କୃଷକମାନଙ୍କୁ କଥା ଦେଇଛନ୍ତି ଯେ କଂଗ୍ରେସ ସବୁବେଳେ କୃଷକଙ୍କ ସାଙ୍ଗରେ ରହିଛି । ଆଉ ସେ କେବେ ତା କଥାରୁ ପଛକୁ ହଟି ନ ଥାଏ । ରାହୁଲ କହିଛନ୍ତି ମୋଦି ସରକାର ଚାହୁଁଛନ୍ତି ସମସ୍ତ କୃଷି ବଜାରକୁ ବଡ ବଡ ଶିଳ୍ପପତିଙ୍କ ହାତକୁ ଟେକିଦେବାକୁ ହେଲେ କଂଗ୍ରେସ ଏହା କରାଇ ଦେବନାହିଁ । ଯଦି ଏହି ନିୟମରେ କୃଷକ ଖୁସି ଥାଆନ୍ତେ ତେବେ ସାରା ଦେଶରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇ ନ ଥାଆନ୍ତା । ରବିବାର ଆୟୋଜିତ ଏହି ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହାଥରସ ବଳାତ୍କାର ଘଟଣା କଥା ମଧ୍ୟ ଉଠାଇଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ପୀଡ଼ିତଙ୍କୁ ନ୍ୟାୟ ଦେବା ବଦଳରେ ଅପରାଧିଙ୍କୁ ସାହାଯ୍ୟ କରୁଛି ।

Share