ନୂଆଦିଲ୍ଲୀ,୩ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ରାୟପୁର ଗସ୍ତରେ ଯାଇଛନ୍ତି। ରାହୁଲ ‘ଅମର ଯଓ୍ବାନ ଜ୍ୟୋତି’ର ମୂଳଦୁଆ ପକାଇବାକୁ ଏଠାରେ ପହଞ୍ଚିଛନ୍ତି। ରାୟପୁରରେ ପହଞ୍ଚିଥିବା ରାହୁଲ ଏହି ସମୟରେ କୁମ୍ଭାରଙ୍କ ସହ ମିଶି ମାଟିପାତ୍ର ତିଆରି କରିବାକୁ ଚେଷ୍ଟା କରିଛନ୍ତି। ରାହୁଲ ନିଜ ହାତରେ ମାଟି ଦୀପ ତିଆରି କରିଥିଲେ।
#WATCH | Congress leader Rahul Gandhi tried his hands in clay pot making in Raipur, Chhattisgarh
(Video source: Chhattisgarh CM’s Twitter) pic.twitter.com/F0knNzV0US
— ANI (@ANI) February 3, 2022
ରାହୁଲ ଆଜି କେବଳ ସକାଳେ ରାୟପୁରରେ ପହଞ୍ଚତ୍ଥିଲେ। ଏହି ଅବସରରେ ରାହୁଲଙ୍କୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ସ୍ବାଗତ କରିଥିଲେ। ରାୟପୁରରେ ପହଞ୍ଚିବା ପରେ ରାହୁଲ ପ୍ରଥମେ ‘ରାଜୀବ ଗାନ୍ଧୀ ଗ୍ରାମୀଣ ଭୂମିହୀନ କୃଷି ମଜଦୁର’ ଯୋଜନାର ଉଦ୍ଘାଟନ କରିଥିଲେ।
ପରେ ସେ କାଲାଗୁଡ଼ି ପରିଦର୍ଶନ କରିଥିଲେ। ଏଠାରେ ମେଟାଲ, ରୋଟ ଆଇରନ, ତମ୍ବା, ଶିଶା, ବାଉଁଶ ଇତ୍ୟାଦି ପ୍ରାଚୀନ କଳାର ସଂରକ୍ଷଣ ତଥା ପ୍ରୋତ୍ସାହନ ପାଇଁ କାରିଗରଙ୍କ ଉଦ୍ୟମରେ ଏକ ବିଶେଷ ପ୍ରୟାସ କରାଯାଇଛି। ଏହାଦ୍ୱାରା ବହୁ ପରିବାର ଉପକୃତ ହେଉଛନ୍ତି। ରାହୁଲ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।