Categories: ଜାତୀୟ

ଉଦ୍‌ଘାଟନୀ ସମାରୋହରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରାଯିବା ଅପମାନ: ରାହୁଲ

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୮ରେ ନୂତନ ସଂସଦ ଭବନର ଉଦ୍‌ଘାଟନ କରିବେ। ଏହି ସମୟରେ କଂଗ୍ରେସ ସମେତ ୧୯ଟି ଦଳ ନୂତନ ସଂସଦ ଭବନର ଉଦଘାଟନୀ ସମାରୋହକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ଏସବୁ ମଧ୍ୟରେ ରାହୁଲ ଗାନ୍ଧୀ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଦ୍ୱାରା ସଂସଦର ଉଦ୍‌ଘାଟନ ନ କରେଇବା ଦେଶ ପାଇଁ ଅପମାନ।

ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି, ରାଷ୍ଟ୍ରପତିଙ୍କ ଦ୍ୱାରା ସଂସଦର ଉଦ୍‌ଘାଟନ ନ କରିବା କିମ୍ବା ତାଙ୍କୁ ସମାରୋହରେ ନିମନ୍ତ୍ରଣ ନ କରିବା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ଅପମାନ ଅଟେ। ସଂସଦର ଅହଙ୍କାର ଇଟା ଦ୍ୱାରା ନିର୍ମିତ ନୁହେଁ ବରଂ ସାମ୍ବିଧାନିକ ମୂଲ୍ୟବୋଧରେ ନିର୍ମିିତ। ଏହାପୂର୍ବରୁ ରାହୁଲ ଗାନ୍ଧୀ କହିଥିଲେ, ରାଷ୍ଟ୍ରପତି ନୂତନ ସଂସଦ ଭବନ ଉଦଘାଟନ କରିବା ଉଚିତ୍‌, ପ୍ରଧାନମନ୍ତ୍ରୀ ନୁହେଁ।

Share