Categories: ଜାତୀୟ

ରାହୁଲ ବେରୋଜଗାର ଅଛନ୍ତି, ଏହାର ଅର୍ଥ ଦେଶ ବେରୋଜଗାର ନୁହେଁ: ତାମିଲନାଡୁ ଭାଜପା ଅଧ୍ୟକ୍ଷ

ଚେନ୍ନାଇ,୨।୬: ତାମିଲନାଡୁର ଭାଜପା ଅଧ୍ୟକ୍ଷ କେ ଅନ୍ନାମଲାଇ ଶୁକ୍ରବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଇଣ୍ଡିଆ ଟୁଡେକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ରାହୁଲ ବେରୋଜଗାର ଅଛନ୍ତି, ଏହାର ଅର୍ଥ ନୁହେଁ ଯେ ସାରା ଦେଶ େରୋଜଗାର ଅଛି। ସେ ଆହୁରି କହିଛନ୍ତି, ମୋଦଜୀଙ୍କ ଦଳର ଜଣେ କର୍ମୀ ବୋଲି ମୁଁ ଗର୍ବର ସହିତ କହିପାରିବି। କଂଗ୍ରେସର ସଂସ୍କୃତି ଯୋଗୁୁ ତାମିଲନାଡୁରେ ଜାତୀୟ ଦଳଗୁଡିକର ନାଁ ଖରାପ ହେଉଛିି।

ଦକ୍ଷିଣ ଭାରତରେ ଭାଜପା କାହିଁକି ପ୍ରଭାବ ପକାଇ ପାରୁ ନାହିଁ ବୋଲି ପଚରାଯାଇଥିବା ପ୍ରଶ୍ନରେ ଅନ୍ନାମଲାଇ କହିଛନ୍ତି, କନର୍ର୍ାଟକ ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରିଛି। ପୂର୍ବଭଳି ଆମେ ଆମର ଭୋଟ ବଜାୟ ରଖିଛୁ। ୨୦୧୪ ପୂର୍ବରୁ ଦକ୍ଷିଣ ଭାରତର ରାଜନୀତି ଅଲଗା ଥିଲା। ତାମିଲନାଡୁରେ ଭାଜପା ତା’ର ଦବ୍‌ଦବା ବିଳମ୍ବରେ ଆରମ୍ଭ କରିଥିଲା। ବାଜପେୟୀଙ୍କ ଗସ୍ତ ସମୟରେ ଆମେ ଏଠାରେ ମୂଳଦୁଆ ପକେଇଥିଲୁ। ୨୦୧୪ ପରେ ଏଠାରେ ଆମେ ସ୍ଥିତି ବୃଦ୍ଧି ପାଇଛି। ଆମେ ପଣ୍ଡିଚେରୀରେ ମେଣ୍ଟ ସରକାର ଗଠନ କରିଛୁ। ୨୦୨୪ରେ ଭାଜପା ତାମିଲନାଡୁ ଏବଂ କେରଳରେ ଭଲ ପ୍ରଦର୍ଶନ କରିବ।
ଆଗାମୀ ଲୋକସଭା ନିର୍ବାଚନରେ ଦକ୍ଷିଣ ରାଜ୍ୟଗୁଡିରେ ଭାଜପା ବିଜୟ ହାସଲ କରିବ। ସରକାରଙ୍କ ବିକାଶ କାର୍ଯ୍ୟ ଏବଂ ମୋଦୀ ଫ୍ୟାକ୍ଟର ଭାଜପାର ବିଜୟରେ ଇନ୍ଧନ ଦେବ ବୋଲି ସେ ଦାବି କରିଛନ୍ତି।

Share