Posted inଜାତୀୟ

୨ କୋଟି ନିଯୁକ୍ତି ଦେବାକୁ କଥା ଦେଇଥିବା ଭାଜପା ସରକାରଙ୍କ ସମୟରେ ୧୪ କୋଟି ହେଲେଣି ବେରୋଜଗାର: ରାହୁଲ

ନୂଆଦିଲ୍ଲୀ,୯।୮: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଧିକାଂଶ ସମୟରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏବେ ଯୁବବର୍ଗଙ୍କ ବେରୋଜଗାର ସମସ୍ୟାକୁ ନେଇ ପୁଣିଥରେ ବର୍ଷିଛନ୍ତି ରହୁଲ। ଅଗଷ୍ଟ ୯ରେ ଯୁବ କଂଗ୍ରେସ ସ୍ଥାପନା ଦିବସ ପାଳନ ଅବସରରେ ସେ ଭାଜପା ସରକାରଙ୍କୁ ଘେରିଛନ୍ତି। ଏଥର ରାହୁଲ ବେରୋଜଗାର ସମସ୍ୟାକୁ ନେଇ ସ୍ବର ଉଠାଇଛନ୍ତି। ଟୁଇଟରରେ ଅପଲୋଡ କରାଯାଇଥିବା ଏକ ଭିଡିଓରେ ରାହୁଲ କହିଛନ୍ତି, ଯେତେବେଳେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ ସେତେବେଳେ ସେ କହିଥିଲେ ୨ କୋଟି ନୂତନ ନିଯୁକ୍ତି ସୃଷ୍ଟି କରିବେ। ସେତେବେଳେ ମୋଦି ଯେଉଁ ସୁନେଲି ସ୍ବପ୍ନ ଦେଖାଇଥିଲେ ଏବେ ସତ୍ୟ କ’ଣ ତାହା ଆଖି ସାମ୍ନାରେ। ମୋଦି ସରକାରଙ୍କ ଭୁଲ ନୀତି ଏବେ ୧୪ କୋଟି ଲୋକଙ୍କୁ ବେରୋଜଗାର କରି ସାରିଲାଣି। ବିମୁଦ୍ରିକରଣ, ଜିଏସ୍‌ଟି ଆଉ ଏବେ ଲକ୍‌ଡାଉନ ଦେଶର ଢାଞ୍ଚାକୁ ବଦଳାଇଦେବା ସହ ଇକନୋମିକ ଷ୍ଟ୍ରକଚରକୁ ନଷ୍ଟ କରି ଦେଇଛି। ଆଉ ଏହାର ସତ୍ୟତା ହେଉଛି ଯୁବବର୍ଗଙ୍କ ବେରୋଜଗାର। ଏହାକୁ ନେଇ ଆଜି ଯୁବ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବାକୁ ଯାଉଛି ବୋଲି ରାହୁଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନିଲେ ଶରଦ ପାଓ୍ବାର, କହିଲେ ହଁ ଆମେ ଅମିତ ଶାହାଙ୍କୁ ଭେଟିଥିଲୁ…

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ର ନିର୍ବାଚନ ସମୟରେ ଅଜିତ ପାୱାର ଏଭଳି ସୂଚନା ଦେଇଛନ୍ତି, ଯାହା ପରେ ଶରଦ ପାୱାରଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡିବ। ଅଜିତ ପାୱାରଙ୍କ ଦାବି...

ଟ୍ରେଣ୍ଡ୍‌ରେ ମୋଦି: ଏହି ଦେଶ ଦେବ ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ, ୧୫।୧୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାରବିଆନ୍‌ ଦେଶ ଡୋମିନିକା ନିଜର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରିବ ବୋଲି ଗୁରୁବାର ଘୋଷଣା କରିଛି। କୋଭିଡ୍‌-୧୯ ମହାମାରୀ...

କାହିଁକି କପିଲ ଶର୍ମାଙ୍କ ଶୋ’ ଛାଡିଥିଲେ ସିଦ୍ଧୁ? ୫ ବର୍ଷ ପରେ କହିଲେ…

ମୁମ୍ବାଇ,୧୫।୧୧: ଦି କପିଲ ଶର୍ମା ଶୋ’ରେ ଜୋରରେ କରତାଳି ଦେବା ସହ ‘ଚକ ଦେ ଫଟ୍ଟେ’, ‘ଗୁରୁ’ ଭଳି ଶବ୍ଦ ସହିତ ଲୋକଙ୍କୁ ଖୁବ୍‌ ହସାଉଥିବା...

ଆର୍‌ଏସ୍‌ଏସ୍‌ ଏକ ଆତଙ୍କବାଦୀ ସଂଗଠନ: କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ

ପୁଣେ,୧୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪କୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କଂଗ୍ରେସ ଏବଂ ଏହାର ସହଯୋଗୀମାନେ କ୍ରମାଗତ ଭାବରେ ଭାଜପାି ଏବଂ...

ଏଣିକି ବିନା ନେଟ୍‌ଓ୍ବାର୍କରେ ହେବ କଲ୍‌: ଭାରତରେ ପ୍ରଥମ ‘ସାଟେଲାଇଟ-ଟୁ-ଡିଭାଇସ’ ସେବା ଆରମ୍ଭ

ନୂଆଦିଲ୍ଲୀ,୧୫।୧୧: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଭାରତରେ ପ୍ରଥମ ‘ସାଟେଲାଇଟ-ଟୁ-ଡିଭାଇସ’ ସେବା ଆରମ୍ଭ କରିଛି, ଯାହା ଦେଶର ବହୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ସଂଯୋଗ...

ରାଶନ କାର୍ଡରୁ କଟିଲେ ଏମାନେ, ନାଁ ଅଛି କି ନାହିଁ ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ, ୧୫।୧୧: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଦେଶର କୋଟି କୋଟି ଲୋକ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଆନ୍ତି।...

ଏଥର ଭୟରେ କମ୍ପିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୧୫।୧୧: ଭାରତ ଗୁରୁବାର ପୁଣି ଥରେ ସଫଳତାର ସହ ବିମାନ ପିନାକ ଅସ୍ତ୍ର ପ୍ରଣାଳୀକୁ ପରୀକ୍ଷଣ କରି ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ...

ମଣିପୁରରେ ବଢୁଥିବା ହିଂସା ମଧ୍ୟରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି: ପୁଣି ଲାଗୁ ହେଲା…

ନୂଆଦିଲ୍ଲୀ,୧୪ା୧୧: ମଣିପୁରର ହିଂସାପ୍ରଭାବିତ ଜିରିବାମ୍‌ ସମେତ ୬ ଥାନା ଅଞ୍ଚଳରେ କେନ୍ଦ୍ର ସରକାର ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ପୁଣିଥରେ ଲାଗୁ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri