Categories: ଜାତୀୟ

ଟୁଇଟର ପ୍ରୋଫାଇଲ ପରିବର୍ତ୍ତନ କଲେ ରାହୁଲ

ନୂଆଦିଲ୍ଲୀ,୭।୮: ମୋଦି ଉପନାମ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ସଂସଦର ସଦସ୍ୟତା ପଦ ଫେରିପାଇଛନ୍ତି। ସଦସ୍ୟତା ପଦ ଫେରିବା ପରେ ହେବା ପରେ ସେ ଲୋକ ସଭାରେ ପହଞ୍ଚିଥିଲେ। ଏହି ସମୟରେ ସେ ନିଜ ଟୁଇଟର ଆକାଉଣ୍ଟରେ ନିଜର ପ୍ରୋଫାଇଲ ପରିବର୍ତ୍ତନ କରିଛନ୍ତି। ସେ ନିଜର ପ୍ରୋଫାଇଲକୁ ‘ଅଯୋଗ୍ୟ ଏମ୍‌ପି’ରୁ ‘ମେମ୍ବର ଅଫ୍‌ ପାର୍ଲିଆମେଣ୍ଟ’କୁ ପରିବର୍ତ୍ତନ କରିଛନ୍ତି।

 

Share