Categories: ଜାତୀୟ

ସଦସ୍ୟତା ଫେରି ପାଇବା ପରେ ୱାୟନାଡ ଯିବେ ରାହୁଲ

ନୂଆଦିଲ୍ଲୀ,୮।୮: ସଦସ୍ୟତା ପଦ ଫେରି ପାଇବା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ତାଙ୍କ ଲୋକ ସଭା ଆସନ ୱାୟନାଡ ପରିଦର୍ଶନ କରିବେ। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଏହି ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀ ୧୨-୧୩ ଅଗଷ୍ଟରେ ୱାୟନାଡ ଗସ୍ତରେ ଯିବେ।

ନିକଟରେ ସୁପ୍ରିମକୋର୍ଟ ମୋଦି ଉପନାମ ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ଯାହା ପରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଫେରି ପାଇବାର ରାସ୍ତା ସଫା ହୋଇଯାଇଥିଲା। କେସି ଭେନୁଗୋପାଳ ଟୁଇଟ୍‌ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ଅଗଷ୍ଟ ୧୨-୧୩ରେ ତାଙ୍କ ଲୋକ ସଭା ନିର୍ବାଚନମଣ୍ଡଳୀ ୱାୟନାଡ ପରିଦର୍ଶନ କରିବେ।

Share