ନୂଆଦିଲ୍ଲୀ,୧୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୩୧ ମେ’ରେ ଏକ ସପ୍ତାହ ପାଇଁ ଆମେରିକା ଗସ୍ତ କରିବେ। ଏହି ସମୟରେ ସେ ନ୍ୟୁୟର୍କର ମାଡିସନ ସ୍କୋୟାର ଗାର୍ଡେନରେ ଜୁନ ୪ରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ରାହୁଲ ଗାନ୍ଧୀ କାଲିଫର୍ଣ୍ଣିଆର ଏକ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି।
ରାହୁଲ ଗାନ୍ଧୀଙ୍କ ଶେଷ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚାରେ ଥିଲେ। ମାର୍ଚ୍ଚରେ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ ଏବଂ ଏହି ସମୟରେ ସେ ଗଣତନ୍ତ୍ର ଏବଂ ସଂଖ୍ୟାଲଘୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ।