Categories: ଜାତୀୟ

ସିଦ୍ଧୁ ମୂସେୱାଲାଙ୍କ ପରିବାରକୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୭।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିବା ପାଇଁ ମଙ୍ଗଳବାର ମାନସାର ମୁସା ଗାଁରେ ପହଞ୍ଚିଛନ୍ତି। ରାହୁଲ ସିଦ୍ଧୁଙ୍କ ପିତାଙ୍କୁ ଭେଟି ଦୁଃଖ ପ୍ରକାଶ କରିଥିଲେ।
ଏହାପୂର୍ବରୁ ଅନେକ ନେତା ସାନ୍ତ୍ୱନା ଦେବା ପାଇଁ ମୁସେୱାଲାଙ୍କ ଘରେ ପହଞ୍ଚିଥିଲେ। ସୋମବାର ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ ଏବଂ ହରିୟାଣା ଆମ୍‌ ଆଦ୍‌ମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ଡକ୍ଟର ଅଶୋକ ତନୱାର ତାଙ୍କ ପରିବାର ସହିତ ମୁସେୱାଲାଙ୍କ ବାସଭବନରେ ପହଞ୍ଚି ମୁସେୱାଲାଙ୍କ ହତ୍ୟାକୁ ନିନ୍ଦା କରିବା ସହ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି।
ଏଥିସହିତ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀଙ୍କ କେସ୍‌ ନ କରିବାକୁ ମାନସା ଜିଲା ବାର ଆସୋସିଏଶନ ଘୋଷଣା କରିଛି। ତେବେ ବାର୍‌ ଆସୋସିଏଶନ ମୁସେୱାଲାଙ୍କ ମାମଲା ବିନା ମୂଲ୍ୟରେ ଲଢିବ।
ସୂଚନାଯୋଗ୍ୟ, ମେ ୨୯ରେ ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମାନସାରେ ଗୁଳି କରି ହତ୍ୟା କରାଯାଇଥିଲା।

Share