Advertisement

ରାହୁଲଙ୍କ ଅଭିଯୋଗକୁ ନେଇ ଖୁବ୍‌ ରାଗିଲେ ଶିବଲ

ନୂଆଦିଲ୍ଲୀ,୨୪।୮: କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଏମ୍‌ସି)ର ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଓଲ୍‌ଡ ଗାର୍ଡ ଓ ୟଙ୍ଗ ଗାର୍ଡଙ୍କ ମଧ୍ୟରେ ଚାଲିଛି କଥା କଟାକଟି। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଥିଲେ କି ଦଳରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଯେଉଁ ନେତାମାନେ ପତ୍ର ଲେଖିଥିଲେ ସେମାନେ ସମସ୍ତେ ଭାରତୀୟ ଜନତା ପାର୍ଟି(ଭାଜପା) ସମ୍ପର୍କରେ ଅଛନ୍ତି। ଏହାକୁ ଶୁଣିବା ପରେ କଂଗ୍ରେସର ବରିଷ୍ଠ ନେତାମାନେ ଖୁବ୍‌ ରାଗି ଯାଇଛନ୍ତି। କଂଗ୍ରେସର ବରିଷ୍ଠ ନେତା କପିଲ ସିବ୍ବଲ ତତ୍‌କ୍ଷଣାତ୍‌ ଟୁଇଟ୍‌ କରି କହିଛନ୍ତି, ସେ ରାଜସ୍ଥାନ ହାଇକୋର୍ଟରେ କଂଗ୍ରେସର ପକ୍ଷ ରଖିଲେ, ମଣିପୁରରେ ପାର୍ଟିକୁ ବଞ୍ଚାଇଲେ, ଗତ ୩୦ ବର୍ଷ ହେବ ସେ ଏମିତି କୌଣସି ବି ବୟାନ ଦେଇ ନାହାନ୍ତି ଯାହା ଭାରତୀୟ ଜନତା ପାର୍ଟି(ଭାଜପା)କୁ ସୁହାଇବ। ଏହାପରେ ବି ଅଭିଯୋଗ କରାଯାଉଛି କି ଆମେ ଭାଜପା ସହ ସମ୍ପର୍କରେ ରହିଛୁ। ଏହାପରେ ଗୁଲାମ ନବି ଆଜାଦ କହିଛନ୍ତି, ଯଦି ଭାଜପା ସହ ତାଙ୍କର କୌଣସି ସମ୍ପର୍କ ଥିବ ତେବେ ସେ ଦଳରୁ ଇସ୍ତଫା ଦେଇଦେବେ। ସୂଚନାଯୋଗ୍ୟ, ନେତୃତ୍ୱ ପରିବର୍ତ୍ତନକୁ ନେଇ ଚିଠି ଲେଖିଥିବା ୨୩ ସଦସ୍ୟଙ୍କ ଭିତରେ ରହିଛନ୍ତି କପିଲ ଶିବଲ ଓ ଗୁଲାମ ନବୀ ଆଜାଦ। ସୋମବାର ବସିଥିବା ବୈଠକରେ ଚିଠିକୁ ନେଇ ହୋଇଛି ଖୁବ୍‌ ଟଣାଓଟରା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share