Categories: ଜାତୀୟ

ଇଡିକୁ ୩ ଦିନ ଛୁଟି ମାଗିଲେ ରାହୁଲ

ନୂଆଦିଲ୍ଲୀ,୧୬।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କ୍ରମାଗତ ତୃତୀୟ ଥର ଜେରା କରାଯାଇଛି। ଆଜି ମଧ୍ୟ ରାହୁଲଙ୍କୁ ଇଡି ପୁଣି ଜେରା କରିଥାଆନ୍ତା। ହେଲେ ମା’ ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଅଛନ୍ତି। ତାଙ୍କ ସହ ରାହୁଲ ଆଜି ରହିବାକୁ ଚାହୁଁଥିବାରୁ ଇଡି ତାଙ୍କୁ ଗୋଟିଏ ଦିନର ଛୁଟି ଦେଇଥିଲା। ଏହା ପରେ ପୁଣି ଶୁକ୍ରବାର ମଧ୍ୟ ହାଜର ହେବାକୁ କୁହାଯାଇଛି। ହେଲେ ସୋନିଆ ଗାନ୍ଧୀ ଅସୁସ୍ଥ ଥିବାରୁ ଶୁକ୍ରବାର ହାଜର ହେବାକୁ ସେ ଅକ୍ଷମତା ପ୍ରକାଶ କରିଛନ୍ତି। ଏମିତି କି ରାହୁଲ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଚିଠି ଲେଖି ୩ ଦିନର ଛୁଟି ମାଗିଛନ୍ତି। ଶୁକ୍ରବାର ବଦଳରେ ସେ ସୋମବାର ହାଜର ହେବାକୁ ମହଲତ ମାଗିଛନ୍ତି। ହେଲେ ଇଡି ରାହୁଲଙ୍କ ଚିଠି ଉପରେ ଏ ଯାଏ କୌଣସି ନିଷ୍ପତ୍ତି ନେଇ ନାହିଁ।

Share