ନୂଆଦିଲ୍ଲୀ,୧୧।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କେରଳର ୱାୟନାଡ ଗସ୍ତ କରିବେ। ଯେଉଁଠାରୁ ସେ ୨୦୧୯ରେ ସଂସଦକୁ ନିର୍ବାଚିତ ହୋଇଥିଲେ। ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ତାଙ୍କ ନିର୍ବାଚନମଣ୍ଡଳୀ ଯାଉଛନ୍ତି।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ୱାୟନାଡ ଗସ୍ତରେ ଯାଉଛନ୍ତି। ତାଙ୍କ କାର୍ଯ୍ୟସୂଚୀ ଅନୁଯାୟୀ, ସେ ସେଠାରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ।