Categories: ଜାତୀୟ

ହାଥରସ୍‌ ଯିବେ ରାହୁଲ ଗାନ୍ଧୀ:ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଭେଟିବେ

ନୂଆଦିଲ୍ଲୀ,୪।୭: ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ହାଥରସ ଗସ୍ତ କରିବେ। ସେ ଏଠାରେ ଭୋଲେ ବାବାଙ୍କ ସତସଙ୍ଗରେ ଘଟିଥିବା ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଭେଟିବେ। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଏହି ସୂଚନା ଦେଇଛନ୍ତି। ଭେନୁଗୋପାଳ କହିଛନ୍ତି, ହାଥରସ୍‌ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ରାହୁଲ ଗାନ୍ଧୀ ଖୁବ୍‌ଶୀଘ୍ର ହାଥରସ୍‌ ପୀଡିତାଙ୍କ ପରିବାରକୁ ଭେଟିବେ।
ହାଥରସ୍‌ରେ ଭୋଲେ ବାବାଙ୍କ ସତସଙ୍ଗ ସମୟରେ ଆରମ୍ଭ ହୋଇଥିବା ଷ୍ଟାମ୍ପଡେରେ ୧୨୩ ଜଣ ପ୍ରାଣ ହରାଇଥିଲେ। ସେବେଠାରୁ ଭୋଲେ ବାବା ଫେରାର ଅଛନ୍ତି। ଅନ୍ୟପକ୍ଷରେ ଭୋଲେ ବାବାଙ୍କ ସେବକମାନଙ୍କୁ ଗିରଫ କରିବା ପାଇଁ ୟୁପି ପୋଲିସ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି।

Share