Categories: ଜାତୀୟ

ଆଜିଠୁ ତିନି ଦିନିଆ କେରଳ ଗସ୍ତରେ ରାହୁଲ

ନୂଆଦିଲ୍ଲୀ,୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜିଠୁ ତିନି ଦିନିଆ କେରଳ ଗସ୍ତରେ ଯିବେ। ଗତ ସପ୍ତାହରେ ୱାୟନାଡ ସ୍ଥିତ କାର୍ଯ୍ୟାଳୟରେ ହୋଇଥିବା ଭଙ୍ଗାରୁଜା ଘଟଣା ପରେ ରାହୁଲ ଶୁକ୍ରବାର ତାଙ୍କ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି। ତାଙ୍କର ଏହି ତିନି ଦିନିଆ ଗସ୍ତରେ ୱାୟନାଡରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିସହ ରାହୁଲ ମନନ୍ଥାବଡିରେ ଏକ କିଷାନ ବ୍ୟାଙ୍କର ଉଦ୍‌ଘାଟନ କରିବେ ବୋଲି ଜଣାପଡ଼ିଛି । ସେହିପରି ସୁଲତାନ ବାଥେରୀରେ ୟୁଡିଏଫ ବହୁଜନ ସଙ୍ଗମରେ ସାମିଲ ହେବେ ।

Share