Categories: ଜାତୀୟ

ବଙ୍ଗଳା ଖାଲି କରିବାକୁ ନୋଟିସ ପରେ ପ୍ରତିକ୍ରିୟା ରଖିଲେ ରାହୁଲ

ନୂଆଦିଲ୍ଲୀ,୨୮।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ପରେ ବର୍ତ୍ତମାନ ରାହୁଲ ଗାନ୍ଧୀ ଏହାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହି ନିର୍ଦ୍ଦେଶକୁ ପାଳନ କରିବେ। ଏଥିସହ ଲୋକ ସଭାର ଉପସଚିବଙ୍କୁ ରାହୁଲ ଧନ୍ୟବାଦ ଜଣାଇଛନ୍ତି। ତେବେ ସେହି ଘରେ ତାଙ୍କର ଅନେକ ସ୍ମୃତି ରହିଥିବା ରାହୁଲ କହିଛନ୍ତି।

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ସୋମବାର ଏକ ମାସ ଭିତରେ ସରକାରୀ ବଙ୍ଗଳା ଖାଲି କରିବାକୁ ଲୋକ ସଭାର ଗୃହ କମିଟି ସୋମବାର ନୋଟିସ ଜାରି କରିଥିଲା। ଯାହା ପରେ ନୋଟିସକୁ ନେଇ ମଙ୍ଗଳବାର ରାହୁଲ ଏଭଳି ପ୍ରତିକ୍ରିୟା ରଖିଥିବା ଜଣାପଡିଛି।

Share