Categories: ଜାତୀୟ

‘ଭାରତ ଯୋଡ ଯାତ୍ରା’ରେ ଟଙ୍କା ସାରିଦେଲା କଂଗ୍ରେସ! ଖର୍ଚ୍ଚ ହୋଇଛି ଏତେ…

ନୂଆଦିଲ୍ଲୀ,୨।୨: ୨୦୨୨ ସେପ୍ଟେମ୍ବରରୁ ୨୦୨୩ ଜାନୁଆରୀ ମଧ୍ୟରେ କନ୍ୟାକୁମାରୀରୁ କଶ୍ମୀର ଯାଏଁ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରାରେ କଂଗ୍ରେସର ମୋଟ ୭୧.୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏକଥା ଆମେ ନୁହେଁ ନିର୍ବାଚନ ଆୟୋଗଙ୍କ ପାଖରେ ଦାଖଲ ହୋଇଥିବା ପାର୍ଟିର ସଦ୍ୟତମ ବାର୍ଷିକ ଅଡିଟ ରିପୋର୍ଟରେ ଉଲ୍ଲେଖ ରହିଛି। କଂଗ୍ରେସ ଖର୍ଚ୍ଚ କରିଥିବା ୭୧କୋଟି ଟଙ୍କା ତା’ର ବାର୍ଷିକ ଖର୍ଚ୍ଚର ୧୫.୩ପ୍ରତିଶତ ଅଟେ। ଏହି ଟଙ୍କା ୨୦୨୨-୨୩ମଧ୍ୟରେ ପାର୍ଟିର ମୋଟ ପ୍ରଶାସନିକ ଓ ସାମାନ୍ୟ ଖର୍ଚ୍ଚ ଠାରୁ ୩୦ପ୍ରତିଶତ ଅଧିକ ଅଟେ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୨୦୨୨-୨୩ରେ କଂଗ୍ରେସର ଆମଦାନୀ ବିତ୍ତୀୟ ବର୍ଷ ୨୦୨୧-୨୨ରେ ୫୪୧କୋଟି ଟଙ୍କା ହ୍ରାସ ପାଇ ୪୫୨କୋଟି ଟଙ୍କାରେ ପହଞ୍ଚିଛି। ଯାହାକି ଏହାର ଅବଧିରେ ୪୦୦କୋଟି ଟଙ୍କା ପରିବର୍ତ୍ତେ ୪୬୭କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ସାର୍ବଜନୀନ ହୋଇଥିବା କଂଗ୍ରେସର ଅଡିଟ ରିପୋର୍ଟନୁସାରେ, ୨୦୨୧-୨୨ରେ ନିର୍ବାଚନ ବଣ୍ଡ ମାଧ୍ୟମରେ କଂଗ୍ରେସ ୨୩୬କୋଟି ଟଙ୍କା ପାଇଛି। ଯାହାକି ୨୦୨୨-୨୩ରେ ହ୍ରାସ ପାଇ ୧୭୧କୋଟି ଟଙ୍କାରେ ପହଞ୍ଚିଛି। ଯାହାକି ମୋଟ ଫଣ୍ଡିଂର ୬୩ଶତକଡା ଓ ମୋଟ ଆୟ ୩୮ଶତକଡା ଅଟେ।

Share