Categories: ଜାତୀୟ

ଆମେରିକାରୁ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ, ମୋଦିଜୀ ମାନସିକ ସ୍ତରରେ…

ନୂଆଦିଲ୍ଲୀ,୧୧।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କର ତିନି ଦିନିଆ ଆମେରିକା ଗସ୍ତ ସମୟରେ କ୍ରମାଗତ ଭାବରେ ଭାରତୀୟ ମୂଳ ଲୋକଙ୍କୁ ଭେଟିଛନ୍ତି। ଏହି କ୍ରମରେ ସେ ଜର୍ଜେଟାଉନ ୟୁନିଭରସିଟିର ଛାତ୍ରମାନଙ୍କୁ ଭେଟି ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ କରିଛନ୍ତି।

ଏହି ସମୟ ମଧ୍ୟରେ ରାହୁଲ ଭାରତର ରାଜନୀତି ସମ୍ପର୍କରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ରାଜନୀତି ଏକ ପ୍ରତିଯୋଗିତା। ଏଥିରେ ଆପଣ ଉପରକୁ ଯାଇପାରିବେ ଓ ତଳକୁ ଓହ୍ଲାଇ ପାରିବେ। ଏହା କେବଳ ଏହାର ଏକ ଅଂଶ। ଭାରତରେ ରାଜନୀତି ମୌଳିକ ତେଣୁ ଆମର ଦୃଷ୍ଟିକୋଣରୁ ଆମେ ଯାହା ଦେଖୁ । କିଛିଲୋକ ଏଥିରେ ସହମତ ହେବେ ଏବଂ କିଛି ଲୋକ ଏଥିରେ ସହମତ ହେବେ ନାହିଁ। ଯଦି ଆପଣ କଂଗ୍ରେସ ପାର୍ଟିକୁ ଦେଖନ୍ତି ଏବଂ ଏହାକୁ ଅନ୍ୟ ରାଜନୈତିକ ଦଳଗୁଡ଼ିକ ସହିତ ତୁଳନା କରନ୍ତି, ତେବେ ଆପଣ ନିଜକୁ ପୁନଃ ଗଠନ କରିବାକୁ କ୍ଷମତା ଦେଖିବେ।

ତେବେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି। ସେ କହିଛନ୍ତି, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ଅଛନ୍ତି ଏବଂ ମୁଁ ତାଙ୍କ ସହ ମୁହାଁମୁହିଁ ହୋଇଯାଏ ସେତେବେଳେ ସେ ମାନସିକ ସ୍ତରରେ ଦ୍ୱନ୍ଦ୍ୱରେ ପଡ଼ିଥିବାର ଦେଖାଯାଏ। ଏହା କିପରି ଘଟିଲା ସେ ବୁଝିିପାରୁ ନାହାନ୍ତି।

ପ୍ରଧାନମନ୍ତ୍ରୀ ହେଉଛନ୍ତି ଜଣେ ବ୍ୟକ୍ତି ଯିଏ ଦୀର୍ଘ ବର୍ଷ ଧରି ରାଜନୈତିକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ନ ଥିଲେ, ତା’ପରେ ହଠାତ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ଯେତେବେଳେ ସେ କହିଥିଲେ ଯେ ମୁଁ ସିଧାସଳଖ ଭଗବାନଙ୍କ ସହ କଥା ହୁଏ, ସେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ସେ ମାନସିକ ସ୍ତରରେ ପରାଜିତ ହୋଛନ୍ତି।

Share