ରାହୁଲଙ୍କ କୁଶପୁତ୍ତଳିକା ଦାହ

ବୁଗୁଡ଼ା,୧୪ା୭(ଡି.ଏନ୍‌.ଏ.): ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସର ମୁଖପାତ୍ର ଦେଇଥିବା ଅଶାଳୀନ ଓ ଅପମାନ ସୂଚକ ମନ୍ତବ୍ୟର ଦୃଢ଼ ପ୍ରତିବାଦ କରି ଗୁରୁବାର ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବୁଗୁଡ଼ା ମଦନମୋହନ ଛକରେ ରାହୁଲ ଗାନ୍ଧୀଙ୍କ  କୁଶପୁତ୍ତଳିକା ଦାହ କରାଯାଇଛି। ଘୁମୁସର ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଦଳୀୟ କାର୍ଯ୍ୟାଳୟରୁ ବାହାରି କର୍ମକର୍ତ୍ତାମାନେ ରାହୁଲଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଶେଷରେ ବୁଗୁଡ଼ା ମଦନମୋହନ ଛକରେ ପହଞ୍ଚିଥିଲେ। ଅପମାନସୂଚକ ମନ୍ତବ୍ୟର ଦୃଢ଼ ପ୍ରତିବାଦ କରି ରାହୁଲଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ଘୁମୁସର ଜିଲା ଭାଜପା ସଭାପତି ଗୋକୁଳାନନ୍ଦ ମଳିକ, ଜିଲା ଯୁବ ମୋର୍ଚ୍ଚା ଉପସଭାପତି କେଦାର ମହାରଣା, ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ନଗର ମଣ୍ଡଳ ସଭାପତି ସୂର୍ଯ୍ୟ ନାରାୟଣ ମହାନ୍ତି, ଯୁବନେତା ପ୍ରକାଶ ଚନ୍ଦ୍ର ମହାରଥା ପ୍ରମୁଖ ଉପସ୍ଥିତ ଥିଲେ।

Share