Categories: ଜାତୀୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିଲେ ରାହୁଲ ଗାନ୍ଧୀ, କହିଲେ -”ଆମ ଖେଳାଳି ବିଶ୍ୱକପ ଜିତି ଯାଇଥାନ୍ତେ କିନ୍ତୁ …”

ନୂଆଦିଲ୍ଲୀ,୨୧।୧୧: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୋତି’ କହିଛନ୍ତି। ସେ କହିଛନ୍ତି ଭାରତ ବିଶ୍ୱକପ ଜିତି ଯାଇଥାନ୍ତା, କିନ୍ତୁ ‘ପନୋତି’ ହରାଇ ଦେଲା। ମଙ୍ଗଳବାର ରାଜସ୍ଥାନର ଜଲୋର ଅଞ୍ଚଳରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ।

ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ପନୋତି’ ବୋଲି କହୁଥିବା ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭାଷଣର ଏହି ଅଂଶ ଶୁଣିଲେ ଲାଗୁଛି ଯେ ଜନସଂଖ୍ୟାରେ କାହାର ଅଂଶୀଦାର ପ୍ରସଙ୍ଗରେ ରାହୁଲ କହୁଛନ୍ତି। କ୍ଷମତାକୁ ଫେରିବା ପରେ ଜାତିଗତ ଜନଗଣନା କରିବାକୁ କଂଗ୍ରେସ ମଧ୍ୟ ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶୃତି ଦେଇଛି। ଏହା ଉପରେ ଆଲୋଚନା କରୁଥିବାବେଳେ ରାହୁଲ ଗାନ୍ଧୀ ହଠାତ୍ ବିଶ୍ୱକପ୍ ଫାଇନାଲ ବିଷୟରେ କହିବାକୁ ଲାଗିଲେ। ସେ ଏହି ପରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି।

ରାହୁଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି କଥା କହିବା ପରେ ସେଠାରେ ଉପସ୍ଥିତ ଲୋକମାନେ ମଧ୍ୟ ସମାନ କଥା ଦୋହରାଇଥିଲେ। କଂଗ୍ରେସ ମଧ୍ୟ ରାହୁଲଙ୍କ ଏହି କଥାରେ ସହମତ ଥିବା ଜଣା ପଡିଛି। ପାର୍ଟି ଇହଜାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ପନୋତି’ କହୁଥିବାର ଭିଡିଓ ସେୟାର କରିଛି। ଅନ୍ୟପଟେ ଭାଜପା ନେତାମାନେ ମଧ୍ୟ ରାହୁଲଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି।

Share