Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି

ଚଣ୍ଡିଗଡ,୧୭।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ଜାରି ରହିଛି। ଏହି ସମୟରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ତ୍ରୁଟି ଦେଖିବାକୁ ମିଳିଛି। ହୋଶିଆରପୁରର ଦଶୁହାରେ ଜଣେ ବ୍ୟକ୍ତି ସୁରକ୍ଷା କର୍ଡନ ଭାଙ୍ଗି ରାହୁଲ ଗାନ୍ଧୀଙ୍କ ନିକଟରେ ପହଞ୍ଚି ରାହୁଲ ଗାନ୍ଧୀଙ୍କୁ ଆଲିଙ୍ଗନ କରିଥିଲେ।

ରାହୁଲ ଗାନ୍ଧୀଙ୍କ ନିକଟତର ହେବା ମାତ୍ରେ ସୁରକ୍ଷାକର୍ମୀ ଏବଂ ନେତାମାନେ ତୁରନ୍ତ ତାଙ୍କୁ ସେଠାରୁ ହଟାଇ ଦେଇଥିଲେ। ଏତେ କଡ଼ା ସୁରକ୍ଷା ମଧ୍ୟରେ ରାହୁଲ ଗାନ୍ଧୀଙ୍କ ନିକଟକୁ ସେ ବ୍ୟକ୍ତି ଜଣଙ୍କ କିପରି ଆସିଲେ, ସେନେଇ ଏବେ ପ୍ରଶ୍ନ ଉଠିଛି।

ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ କଂଗ୍ରେସ ଦୁଇଥର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଥିଲା। ତେବେ ରାହୁଲ ଗାନ୍ଧୀଙ୍କ ସୁରକ୍ଷା ସହ ଜଡିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ କହିଛି ଯେ, ରାହୁଲ ଗାନ୍ଧୀ ନିଜେ ଅନେକ ଥର ଏହି ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛନ୍ତି।

Share