Categories: ଜାତୀୟ

ଖୋଲିଲା ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟ

ନୂଆଦିଲ୍ଲୀ,୧୪ ।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟ ପୁଣିଥରେ ଆକ୍ଟିଭ ହୋଇଯାଇଛି । ପାଖାପାଖି ଏକ ସପ୍ତାହ ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କ ଆକାଉଣ୍ଟକୁ ଅନଲକ୍ କରାଯାଇଛି । ରାହୁଲଙ୍କ ସହ କଂଗ୍ରେସର ଅନ୍ୟ ବରିଷ୍ଠ ନେତାଙ୍କ ଟୁଇଟର ଆକାଉଣ୍ଟକୁ ବି ଖୋଲି ଦିଆଯାଇଛି । ରାହୁଲଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ହେବା ପରେ ସେ ଭିଡିଓ ଜାରି କରି ମାଇକ୍ରୋ ବ୍ଲଗିଙ୍ଗ କମ୍ପାନୀ ଉପରେ ଖୁବ୍ ବର୍ଷିଥିଲେ । ହେଲେ ଏବେ ତାଙ୍କର ଓ ଅନ୍ୟ କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଅନଲକ୍ କରି ଦିଆଯାଇଛି । ରାହୁଲ ଗାନ୍ଧୀ ଶୁକ୍ରବାର ଏକ ଭିଡିଓ ଷ୍ଟେଟମେଣ୍ଟ ଜାରି କରି କହିଥିଲେ ଗୋଟିଏ କମ୍ପାନୀ ଭାବେ ଦେଶର ରାଜନୀତି ସ୍ଥିର କରିବା କାମ ଟୁଇଟର କରୁଛି ଏହା ଦେଶର ଲୋକତନ୍ତ୍ର ଉପରେ ପ୍ରହାର ଭଳି । ସେ କହିଥିଲେ ମୋର ଆକାଉଣ୍ଟ ବନ୍ଦ କରିବାର ଅର୍ଥ ଆମର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା । ଜଣେ ରାଜନେତା ଭାବେ ମୁଁ ଏହାକୁ ପସନ୍ଦ କରେ ନାହିଁ ଏହାର ପରିଣାମ ଭୋଗିବାକୁ ପଡିବ ।

Share