Categories: ଜାତୀୟ

ଆରଏସଏସ ଏଜେଣ୍ଟଙ୍କୁ ପ୍ରେମ ଦୋକାନର ଚାବି ଦେଇ ଦେଇଛନ୍ତି ରାହୁଲ: ଅବଦୁଲ୍ଲା ସୋହେଲ

ନୂଆଦିଲ୍ଲୀ,୨୯।୧୦: ତେଲଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ ସଂଖ୍ୟାଲଘୁ ବିଭାଗର ସଭାପତି ଅବଦୁଲ୍ଲା ସୋହେଲ ଶେଖ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଗତ ୩୪ବର୍ଷ ଧରି କଂଗ୍ରେସ ସହ ଜଡିତ ଥିଲେ। ଦଳରୁ ଅଲଗା ହେବା ପରେ ସେ କହିଥିଲେ ଯେ ସେ ୩୪ବର୍ଷ ଧରି କଂଗ୍ରେସ ଦଳରେ ଅଛନ୍ତି। ଅତ୍ୟଧିକ ଦୁଃଖରେ ସେ ତାଙ୍କ ଇସ୍ତଫାକୁ ହାଇ କମାଣ୍ଡକୁ ପଠାଇଛନ୍ତି।

ନ୍ୟୁଜ ଏଜେନ୍ସି ଏଏନଆଇ ସହିତ କଥାବାର୍ତ୍ତା କରି ଶେଖ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ଭାଜପା) କିମ୍ବା କାହାର ସମ୍ପତ୍ତି ଆଧାରରେ ପାର୍ଟିରେ ଟିକେଟ ବଣ୍ଟନ କରାଯାଉଛି।
ପ୍ରେମ ଦୋକାନର ଚାବି ଆରଏସଏସ ଏଜେଣ୍ଟଙ୍କ ପାଖରେ ଅଛି।
ରାହୁଲ ଗାନ୍ଧୀଙ୍କ ‘ପ୍ରେମ ଦୋକାନ’ ସ୍ଲୋଗାନରେ ଖୋଳତାଡ଼ କରି ଶେଖ କହିଛନ୍ତି ଯେ ୱାୟାନାଡ ଏମପି ଇଣ୍ଡିଆରେ ଏକ ପ୍ରେମ ଦୋକାନ ଖୋଲିବାକୁ ଚାହୁଁଛନ୍ତି, କିନ୍ତୁ ସେ ତେଲଙ୍ଗାନାର ‘ପ୍ରେମ ଦୋକାନ’ର ଚାବିକୁ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ଏଜେଣ୍ଟକୁ ଦେଇଛନ୍ତି।

Share