Posted inଜାତୀୟ

ପହଁରାରେ ପ୍ରବୀଣ ରାହୁଲ

ରାୟପୁର, ୧୬ା୬ : ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ମଙ୍ଗଳବାର ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ଛତିଶଗଡ଼ର ରାହୁଲ ସାହୁ (୧୧) ବିଳାସପୁର ଆପୋଲୋ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ବହୁ ପ୍ରତିକୂଳ ପରିସ୍ଥିତିର ସାମ୍‌ନା କରି ୮୦ ଫୁଟ୍‌ ଗାତରେ ପ୍ରାୟ ୧୦୬ ଘଣ୍ଟା ରହିବା ପରେ ତାଙ୍କ ଦେହରେ ସାମାନ୍ୟ ସଂକ୍ରମଣ ଦେଖାଦେଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଏବଂ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଠିକ୍‌ ଭାବେ କାର୍ଯ୍ୟ କରୁଛି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ପ୍ରାୟ ସପ୍ତାହେ ଲାଗିପାରେ ବୋଲି ଡାକ୍ତର କହିଛନ୍ତି।

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବୁଧବାର ରାହୁଲଙ୍କୁ ଡାକ୍ତରଖାନାରେ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କୁ ସାହସୀ ବାଳକ ଆଖ୍ୟା ଦେଇଛନ୍ତି। ଏଥିସହ ରାହୁଲଙ୍କ ସମସ୍ତ ଚିକିତ୍ସା ଓ ପାଠପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମାନସିକ ଭାବେ ଦିବ୍ୟାଙ୍ଗ ସତ୍ତ୍ୱେ ରାହୁଲ ସାଇକେଲ ଚାଳନା, ପାଣିରେ ପହଁରିବା, ଢୋଲ-ତାବଲା ବଜାଇବାରେ ଧୂରନ୍ଧର ବାପା ରାମ କୁମାର ସାହୁ କହିଛନ୍ତି। ରାହୁଲଙ୍କ ଇଚ୍ଛା ଶକ୍ତି ହିଁ ବୋରଓ୍ବେଲ ମଧ୍ୟରେ ତିଷ୍ଠି ରହିବାରେ ସହାୟକ ହୋଇଥିବା ତାଙ୍କ ବାପା ପ୍ରକାଶ କରିଛନ୍ତି।

ଜିଲା ମାଲଖରୋଡା ବ୍ଲକ୍‌ ପିହରିଡ ଗ୍ରାମର ଏକ ବୋରଓ୍ବେଲରେ ଗତ ଶୁକ୍ରବାରଠାରୁ ଫସି ରହିଥିବା ରାହୁଲଙ୍କୁ ଉଦ୍ଧାର କରିବା ରେସ୍କ୍ୟୁ ଟିମ୍‌ ପାଇଁ ବେଶ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା। ବିଭିନ୍ନ ଏଜେନ୍ସିର ୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ରାହୁଲଙ୍କୁ ଉଦ୍ଧାର ପାଇଁ ଅବିଶ୍ରାନ୍ତ ଉଦ୍ୟମ କରିଥିଲେ। ପ୍ରାୟ ୧୦୬ ଘଣ୍ଟାର ପରିଶ୍ରମ ପରେ ତାଙ୍କୁ ସଫଳତାର ସହ ବୋରଓ୍ବେଲରୁ ବାହାରକୁ ଅଣାଯାଇଥିଲା। ଏଥିପାଇଁ ଏନ୍‌ଡିଆର୍‌ଏଫ୍‌ ସମେତ ସମ୍ପୂର୍ଣ୍ଣ ଉଦ୍ଧାରକାରୀ ଟିମ୍‌କୁ ଦେଶବ୍ୟାପୀ ପ୍ରଂଶସାର ସୁଅ ଛୁଟିଛି। ବାପା ରାମ କୁମାର କହିଛନ୍ତି, ରାହୁଲ ଠିକ୍‌ ଭାବେ କଥା କହିପାରନ୍ତି ନାହିଁ। କେବଳ ମା’ ବାପା ଶବ୍ଦକୁ ସେ ଉଚ୍ଚାରଣ କରିପାରନ୍ତି।

ବିଭିନ୍ନ ସାଙ୍କେତିକ ଢଙ୍ଗରେ ସେ ଯୋଗାଯୋଗ କରିଥାନ୍ତି। ନଈରେ ପହଁରିବା, ତାବଲା ବଜାଇବା ରାହୁଲଙ୍କ ପ୍ରିୟ କାମ। ପୂର୍ବରୁ ରାହୁଲଙ୍କୁ ଗ୍ରାମର ଏକ ସ୍କୁଲରେ ଭର୍ତ୍ତି କରାଯାଇଥିଲେ ହେଁ ପରେ ଏକ ସ୍ବତନ୍ତ୍ର ବିଦ୍ୟାଳୟରେ ତାଙ୍କ ନାମ ଲେଖାଯାଇଥିଲା। ରାମ କୁମାରଙ୍କ ଦୁଇ ପୁଅ ଥିବାବେଳେ ରାହୁଲ ହେଉଛନ୍ତି ଜ୍ୟେଷ୍ଠ ସନ୍ତାନ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ବଦଳିବ ପାଗ, ଭୟଙ୍କର ରୂପ ନେଉଛି ବାତ୍ୟା ‘ଫେଙ୍ଗଲ’, ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୩୦।୧୧: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗଲ ଏକ ଭୟଙ୍କର ରୂପ ନେଇଛି ଏବଂ ପୁଡୁଚେରୀ ନିକଟ ଉପକୂଳରେ ଏହି ବାତ୍ୟା ଧକ୍କା ହେବ। ଭାରତୀୟ ପାଣିପାଗ ବିଭାଗ...

ପାକିସ୍ତାନ ପାଇଁ ଗୁପ୍ତଚରଗିରି: ଭାରତୀୟ ଯୁବକ ଗିରଫ

ନୂଆଦିଲ୍ଲୀ,୩୦ା୧୧: ଗୁପ୍ତଚରଗିରି ଅଭିଯୋଗରେ ଭାରତୀୟ ନାଗରିକ ଦିନେଶ ଗୋହିଲଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଗିରଫ କରିଛି। ଭାରତୀୟ ତଟସୁରକ୍ଷା ଏବଂ ସାମୁଦ୍ରିକ ସୀମା...

ସାପକାମୁଡ଼ାକୁ ସୂଚନୀୟ ରୋଗ ଘୋଷଣାକଲା କେନ୍ଦ୍ର

ନୂଆଦିଲ୍ଲୀ,୩୦ା୧୧: ଭାରତରେ ସାପକାମୁଡ଼ା ଓ ତତ୍‌ଜନିତ ମୃତ୍ୟୁକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନୀୟ ରୋଗ ଘୋଷଣା କରିଛି। ଦେଶରେ ବର୍ଷକୁ ୩ରୁ ୪ ନିୟୁତ ସାପ...

ମହାୟୁତି ବୈଠକ ସ୍ଥଗିତ

ମୁମ୍ବାଇ,୩୦ା୧୧: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୬ ଦିନ ବିତିଥିଲେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଉତ୍କଣ୍ଠା ଜାରି ରହିଛି। ମହାୟୁତିର...

ଶାନ୍ତି ବଜାୟ ରଖିବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୦ା୧୧: ଉତ୍ତରପ୍ରଦେଶର ସମ୍ଭଲରେ ଥିବା ମୋଗଲ ଯୁଗର ଶାହି ଜାମା ମସ୍‌ଜିଦ ମାମଲାରେ ସମସ୍ତ କାର୍ଯ୍ୟାନୁଷ୍ଠାନ ଓ ସର୍ଭେକୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ...

ଏଣିକି ଓଟିପି ଆସିବାରେ ହେବ ବିଳମ୍ବ, ଏହି ସିମ୍‌ ରଖିଥିଲେ ଜାଣିନିଅନ୍ତୁ ବଡ଼ ନିୟମ

ନୂଆଦିଲ୍ଲୀ,୨୯।୧୧: ସାଧାରଣତଃ ମୋବାଇଲକୁ କେଇ ମିନିଟ ମଧ୍ୟରେ ଓଟିପି ଆସିଯାଏ । ଯାହା ଫଳରେ ଜଣେ ସାଧାରଣ ବ୍ୟକ୍ତି ସହଜରେ ନିଜ କାର୍ଯ୍ୟ କରିପାରେ ।...

ଦେଶର ପାଓ୍ବାରଫୁଲ ୧୦ ଡିଜି, କାଲି ହେବ ରଣନୀତି, ଶତ୍ରୁପକ୍ଷ…

ଭୁବନେଶ୍ୱର,୨୯।୧୧: ଭୁବନେଶ୍ୱରରେ ହେବ ରଣନୀତି। ସାବାଡ ହେବେ ଶତ୍ରୁ। ଟପ୍‌ ପୋଲିସ ଅଫିସରଙ୍କ ସହ ରଣନୀତି ପ୍ରସ୍ତୁତ କରିବେ ଅଜିତ ଡୋଭାଲ। ତାଙ୍କ ନାଁ ଉଣା...

ଭୟଙ୍କର ରୂପ ଧାରଣ କଲା ବାତ୍ୟା, ଏଇଠି ପିଟିହେବ…

ନୂଆଦିଲ୍ଲୀ,୨୯।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ପେଙ୍ଗାଲ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗାଲ ଭୟଙ୍କର ରୂପ ଧାରଣ କରିଛି । ଅପରାହ୍ନଣ ୨ଟା ୩୦ରେ ବାତ୍ୟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri