Categories: ଜାତୀୟ

ରାହୁଲଙ୍କ ଜଣେ ଡୁପ୍ଲିକେଟ ଅଛନ୍ତି: ଭାରତ ଯୋଡୋ ନ୍ୟାୟ ଯାତ୍ରାରେ କରୁଛନ୍ତି କାମ, ହିମନ୍ତ ଆଣିଲେ ଅଭିଯୋଗ…

ଗୁଆହାଟୀ,୨୮।୧ : ଆସାମ ସିଏମ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ସେ ଖୁବ ଶୀଘ୍ର ରାହୁଲ ଗାନ୍ଧୀଙ୍କ ଡୁପ୍ଲିକେଟଙ୍କର ନାମ ଏବଂ ଠିକଣା ପ୍ରକାଶ କରିବେ। ଆସାମରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ବଦଳରେ ତାଙ୍କର ବ୍ୟବହାର କରାଯାଇଥିଲା ବୋଲି ହିମନ୍ତ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଯେତେବେଳେ ତାଙ୍କୁ ତାଙ୍କ ଦାବି ବିଷୟରେ ପଚରାଯାଇଥିଲା, ସେ କହିଛନ୍ତି ଖୁବ ଶୀଘ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଏବଂ ଠିକଣା ବିଷୟରେ ସେ ସୂଚନା ଦେବେ।କେବଳ କିଛି ଦିନ ଅପେକ୍ଷା କର।

ଆସାମ ସିଏମ ସୋନୀତପୁର ଜିଲାରେ ଥିବାବେଳେ ସେଠାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ଏହା କହିଛନ୍ତି। ହିମନ୍ତ କହିଛନ୍ତି,ମୁଁ ରବିବାର ଦିବ୍ରୁଗଡରେ ରହିବି ଏବଂ ପରଦିନ ଗୁଆହାଟୀ ଯିବି। ଥରେ ମୁଁ ଗୁଆହାଟୀରେ ପହଞ୍ଚିବା ପରେ, ମୁଁ ରାହୁଲଙ୍କର ଡୁପ୍ଲିକେଟ ଙ୍କର ନାମ ଏବଂ ଠିକଣା ସମ୍ପର୍କରେ ସୂଚନା ଦେବି ।

Share