Categories: ଜାତୀୟ

ହୋଟେଲର ୬ ଲକ୍ଷ ବାକି ପୈଠ କରି ନାହାନ୍ତି ରାହୁଲ: ସିପିଆଇଏମ୍‌…

କୋଚି,୩୧।୫: କେରଳ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କୋଲ୍ଲମ୍‌ଠାରେ ଏକ ହୋଟେଲରେ ରହିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ହୋଟେଲର ବାକି ଟଙ୍କା ରାହୁଲ ପୈଠ କରି ନ ଥିବା ସିପିଆଇଏମ୍‌ର ପ୍ରବକ୍ତା ଦେଶାଭିମାନୀ ଅଭିଯୋଗ କରିଛନ୍ତି। ଏନେଇ ସେ ହୋଟେଲ ମାଲିକଙ୍କର ବିଲ୍‌ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ବାକି ଥିବା ୬ ଲକ୍ଷ ଟଙ୍କା ପୈଠ କରିବା ଲାଗି କୋଲ୍ଲମ ବିଚ୍‌ ହୋଟେଲ ମାଲିକଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ବିଲ୍‌ର ଫଟୋ ଦେଶାଭିମାନୀ ରାହୁଲଙ୍କ ଫଟୋ ସହିତ ଯୋଡ଼ିଛନ୍ତି। ତେବେ ଏହାକୁ ଶାସକ ଦଳର ଅପପ୍ରଚାର ବୋଲି କଂଗ୍ରେସ ନେତା ବିନ୍ଦୁକୃଷ୍ଣା କହିଛନ୍ତି। ସମସ୍ତ ହୋଟେଲ ଭଡ଼ା ପୈଠ କରାଯାଇଥିବା ସେ କହିଛନ୍ତି।

Share