Advertisement

ରାହୁଲ ଜଣେ ଯୋଦ୍ଧା, କାହାକୁ ଭୟ କରିବେ ନାହିଁ: ସୁପ୍ରିୟା

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପନୌତି ବୋଲି କହି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ ଏକ ନୋଟିସ୍‌ ଜାରି କରିଛନ୍ତି। ଏହା ଉପରେ ଭାଜପା ଓ ବିରୋଧୀ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ଜାତୀୟତାବାଦୀ କଂଗ୍ରେସ ଦଳର ଏମ୍‌ପି ସୁପ୍ରିୟା ସୁଲେ ରାହୁଲ ଗାନ୍ଧୀଙ୍କୁ ଜଣେ ଯୋଦ୍ଧା ବୋଲି କହିଛନ୍ତି। ସେ କହିଛନ୍ତି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ନିର୍ବାଚନ ଆୟୋଗ ଦେଇଥିବା ବିଜ୍ଞପ୍ତିକୁ ସେ ସଚ୍ଚୋଟ ଏବଂ ସମ୍ମାନର ସହ ଜବାବ ଦେବେ। ରାହୁଲ ଜଣେ ଯୋଦ୍ଧା ଏବଂ ସେ ଲଢିବେ। ମୋର ବିଶ୍ୱାସ ଅଛି ଯେ ସେ ସାହସର ସହିତ ଲଢିବେ ଏବଂ କାହାକୁ ଭୟ କରିବେ ନାହିଁ।
ଏକ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପନୌତି ’ ବୋଲି କହିଛନ୍ତି। ଏହି ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ ଆୟୋଗ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୨୫ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଉତ୍ତର ଦେବାକୁ ଆୟୋଗ ତାଙ୍କୁ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share